Latest Odisha News

BREAKING NEWS

ରାଜ୍ୟରେ ୩ ହଜାର ଟଙ୍କାକୁ ବଢିବ ଭତ୍ତା, ଚାଲିଛି ପ୍ରସ୍ତୁତି: ସାମଜିକ ସୁରକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଜନତାଙ୍କ ପାଇଁ ଖୁସି ଖବ। ଏଣିକି ବଢିବ ଭତ୍ତା ଟଙ୍କା। ଭତ୍ତା ଟଙ୍କାକୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏନେଇ ସାମଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କରିଛନ୍ତି। ମଧୁବାବୁ ପେନସନ ଯୋଜନାରେ ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି ପାଇବ । ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ବୃଦ୍ଧି ପ୍ରସ୍ତୁତି ଚାଲିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସାମଜିକ ସୁରକ୍ଷା ମନ୍ତ୍ରୀ କହିଛନ୍ତି, ଏହି ତିନୋଟି ଶ୍ରେଣୀରେ ଥିବା ଭତ୍ତା ୩ ହଜାରକୁ ବୃଦ୍ଧି ନିଷ୍ପତ୍ତି ହୋଇଛି, ସେଥିପାଇଁ ପ୍ରସ୍ତୁତି ଚାଲିଛି। ବଜେଟ କେତେ ଆସୁଛି ଦେଖିବୁ, ଅର୍ଥ ବିଭାଗର କ୍ଲିୟରାନ୍ସ ନେବୁ। ପରବର୍ତ୍ତୀ ସମୟରେ ଏହାକୁ କାର୍ଯ୍ୟକାରୀ କରିବୁ ବୋଲି ମନ୍ତ୍ରୀ କହିଛନ୍ତି। ବିଭିନ୍ନ ବର୍ଗର ଭତ୍ତା ବଢାଇବାକୁ ସରକାର ଚିନ୍ତା କରୁଛନ୍ତି । ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ଏନେଇ ସହ ଆଲୋଚନା ଜାରି ରହିଛି। କିନ୍ତୁ ପ୍ରଥମେ ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ବୃଦ୍ଧି କରାଯିବା ଉପରେ ପ୍ରସ୍ତୁତି ଚାଲିଛି।

ସୂଚନା ଥାଉକି, ରାଜ୍ୟରେ ପୂର୍ବତନ ବିଜେଡି ସରକାର ଜାତୀୟ ସାମାଜିକ ସୁରକ୍ଷାରୁ ବଞ୍ଚିତ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନା ଅଧିନରେ ଭତ୍ତା ପ୍ରଦାନ କରୁଥିଲେ । ଏହି ଯୋଜନାରେ ରାଜ୍ୟର ବିଭିନ୍ନ ବର୍ଗର ୫୬ ଲକ୍ଷ ୭୬ ହଜାର ୯୧୬ ଜଣଙ୍କୁ ଭତ୍ତା ଦିଆଯାଉଛି । ଗତ ଫେବୃଆରୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ ଟଙ୍କା ଭତ୍ତା ବୃଦ୍ଧି କରିଥିଲେ । ଏହାପରେ ହିତାଧିକାରୀମାନେ ସର୍ବନିମ୍ନ ଭତ୍ତା ରାଶି ୧୦୦୦ ଟଙ୍କା ପାଉଥିଲେ ।

Leave A Reply

Your email address will not be published.