ଭୁବନେଶ୍ବର: ବଢିବ ଅଙ୍ଗନବାଡ଼ି କର୍ମୀଙ୍କ ଦରମା । ରାଜ୍ୟରେ ସର୍ବାଧିକ ସକ୍ଷମ ହେବ ଅଙ୍ଗନବାଡି କେନ୍ଦ୍ର । ଏନେଇ ବଡ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା । ଖୁବଶୀଘ୍ର ଅଙ୍ଗନବାଡି କର୍ମୀଙ୍କ ଦରମା ବଢାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ଏନେଇ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟରେ ଦାବି ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ରାଜସ୍ଥାନର ଉଦୟପୁରରେ ଆୟୋଜିତ ଚିନ୍ତନ ଶିବିର କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଆଗରେ ଏହି ପ୍ରସ୍ତାବ ରଖିଛନ୍ତି । ରାଜ୍ୟରେ ଅଙ୍ଗନବାଡ଼ି ସର୍ବାଧିକ ସକ୍ଷମ ହେବ । ଏହାସହ କାର୍ଯ୍ୟରତ ମହିଳାଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା ପାଇଁ ମଧ୍ୟ ପ୍ରସ୍ତାବ ରଖିଛନ୍ତି । ଯାହାକୁ ନେଇ ବର୍ତ୍ତମାନ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ବିଚାର କରୁଛନ୍ତି । ଖୁବ୍ ଶୀଘ୍ର ଏହା ରାଜ୍ୟରେ କାର୍ଯ୍ୟକାରୀ ହେବ ।