ଭୁବନେଶ୍ୱର: ସମସ୍ତ ସରକାରୀ ହାଇସ୍କୁଲ ଏବଂ ସରକାରୀ ଉନ୍ନୀତ ହାଇସ୍କୁଲର ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟମିତ କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ୨୦୧୩-୧୪ ଶିକ୍ଷାବର୍ଷରୁ ଲାଗୁ ହେବ।
ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଡିସେମ୍ବର ୯ରେ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)କୁ ୨୦୧୩-୧୪ ଶିକ୍ଷା ବର୍ଷ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ତାଲିକା ମାଗିଥିଲେ।
ତେବେ ଫେବୃଆରୀ ୧୫ ସୁଦ୍ଧା ସେମାନଙ୍କର ତାଲିକା ଦାଖଲ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏଯାବତ ୧୦ଟି ଜିଲ୍ଲାର ଡିଇଓ ରିପୋର୍ଟ ଦାଖଲ କରିଥିବା ଜଣାପଡିଛି। ଏହାବ୍ୟତୀତ ବଲାଙ୍ଗିର, ବାଲେଶ୍ବର, ଭଦ୍ରକ, ବରଗଡ, କଟକ, ଦେଓଗଡ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡା, ଖୋର୍ଦ୍ଧା, କୋରାପୁଟ, କେନ୍ଦୁଝର, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡା, ରାୟଗଡା ଓ ସୋନପୁର ଜିଲ୍ଲାର ଡିଇଓ ଏହି ତାଲିକା ଦାଖଲ କରିନାହାଁନ୍ତି।
ତେବେ ଫେବୃଆରୀ ୨୫ ସୁଦ୍ଧା ସେମାନଙ୍କର ତାଲିକା ଦାଖଲ କରିବାକୁ ଡିଇଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।