Latest Odisha News

ସବୁ ଜିଲ୍ଲାରେ ଖୋଲିବ ମେଡିକାଲ କଲେଜ

ଭୁବନେଶ୍ବର: ଏଣିକି ସବୁ ଜିଲ୍ଳାରେ ଖୋଲିବ ମେଡିକାଲ କଲେଜ । ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ମେଡିକାଲ କଲେଜ ହେବ । ଏନେଇ ଆଜି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଏନେଇ ମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ରାଜ୍ୟର ସମସ୍ତ ଜିଲ୍ଲାରେ ମେଡିକାଲ କଲେଜ ହେବ । ଏବେ ରାଜ୍ୟରେ ୧୧ଟି ମେଡିକାଲ କଲେଜ ରହିଛି । ତାଳଚେର ଓ କନ୍ଧମାଳରେ ଏନେଇ ଆଉ ଦୁଇଟି ମେଡିକାଲ କଲେଜ ଆରମ୍ଭ ହେବାକୁ ଯାଉଛି । ଏହାପରେ ସବୁ ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବ । ଏନେଇ ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟ ଖସଡା ପ୍ରସ୍ତୁତି କରି ଖୁବ୍ ଶୀଘ୍ର କାମ ଆରମ୍ଭ କରିବ । ଏଥଥିସହିତ ମେଡିକାଲ କଲେଜ ନିର୍ମାଣ ସହିତ ଏଥିରେ ଅଧ୍ୟାପକ ନିଯୁକ୍ତି ନେଇ ବ୍ୟବସ୍ଥା କରାଯାଉଛି । ଆମ ରାଜ୍ୟବାସୀ ଯେପରି ଉନ୍ନତିମାନର ସ୍ବାସ୍ଥ୍ୟ ସେବା ପାଇବେ ସେଥିପ୍ରତି ସରକାର ଯତ୍ନବାନ ଓ ସଚେତନ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ଏଥି ସହ ସେ ଏହା ବି କହିଛନ୍ତି ଯେ, ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ସବୁ ଜିଲ୍ଲାରେ ମେଡିକାଲ କଲେଜ ହେବ ବୋଲି କହିଥିଲେ । ଏହା ପରଠୁ ଓଡିଶାରେ ଏବେ ୧୧ଟି ମେଡିକାଲ କଲେଜ ଚାଲିଛି । ଏହାକୁ ତ୍ବରାନ୍ବିତ କରାଯାଇ ରାଜ୍ୟର ସବୁ ଜିଲ୍ଲାରେ ମେଡିକାଲ କଲେଜ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.