Latest Odisha News

୪୩ ଜଣ ବିଡିଓଙ୍କ ଅଦଳ ବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ବର: ଆଜି ବିଡିଓ ସ୍ତରରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ମୋଟ ୪୩ ଜଣ ବିଡିଓଙ୍କୁ ବଦଳି କରିଛନ୍ତି ସରକାର । ଏନେଇ ଗୁରୁବାର ପଞ୍ଚାୟତରାଜ ଓ ପାନୀୟ ଜଳ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଚନ୍ଦ୍ରମଣି ନାଗଙ୍କୁ ରାଜବଡ଼ାସମ୍ବରରୁ ଟିଟିଲାଗଡ଼କୁ ବଦଳି କରାଯାଇଥିବାବେଳେ, ସୁଶାନ୍ତ କୁମାର ରାଣାଙ୍କୁ ନୂଆପଡାବୋଡେନ ବ୍ଲକର ବିଡିଓ ଭାବେ ନିଯୁକ୍ତ କରାଯାଇଛି । ଆକାଶ କୁମାର ପଣ୍ଡା ଆଠଗଡ଼ ବିଡିଓ ହୋଇଛନ୍ତି । ରାହୁଲ ମଣ୍ଡଳଙ୍କୁ ଢେଙ୍କାନାଳ ସଦରର ବିଡିଓ କରାଯାଇଛି । ଆୟୁଷୀ ମହାପାତ୍ର ଢେଙ୍କାନାଳ ଭୁବନର ବିଡିଓ ହୋଇଛନ୍ତି । କଲ୍ୟାଣ ସୌରଭ ଦାଶ ହିନ୍ଦୋଳର ବିଡିଓ ହୋଇଥିବାବେଳେ ଅବନ୍ତିକା ସାହୁ ଯାଜପୁର କୋରେଇର ବିଡିଓ ହୋଇଛନ୍ତି ।

ସୁମନ ସୁଧା କୁଣ୍ଡୁ ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ବିଡିଓ ଭାବେ ନିଯୁକ୍ତି ପାଇଛନ୍ତି । ସାଗର ଚନ୍ଦ୍ର ମୁର୍ମୁ ମୟୂରଭଞ୍ଜର ବିଷୋଇ ବ୍ଲକର ବିଡିଓ ହୋଇଛନ୍ତି । ପ୍ରିୟ ରଞ୍ଜନ କୁମାରଙ୍କୁ ବଲାଙ୍ଗୀରର ଦେଓଗାଁଓକୁ ବଦଳି କରାଯାଇଛି । ସନ୍ତୋଷ କୁମାର ଜେନାଙ୍କୁ ମାହାଙ୍ଗା, ଢନୀ ଚରଣ ଟୁଡୁଙ୍କୁ ମୟୂରଭଞ୍ଜ କୁସୁମିକୁ ବଦଳି କରାଯାଇଛି ।

Leave A Reply

Your email address will not be published.