Latest Odisha News

BREAKING NEWS

ବାତ୍ୟା ପାଇଁ ଅଣ୍ଟା ଭିଡିଲାଣି ପ୍ରଶାସନ, ଜଗତସିଂହପୁରରେ ବ୍ୟାପକ ପ୍ରସ୍ତୁତି

ଜଗତସିଂପୁର: ଆସୁଛି ବାତ୍ୟା ‘ଦାନା’ । ବାତ୍ୟା ଆସନ୍ତା ୨୩ ତାରିଖରେ ବାତ୍ୟା ସୃଷ୍ଟି ହୋଇ ୨୪ ତାରିଖ ସକାଳେ ଏହା ଓଡ଼ିଶା ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ଏହି ସାମୁଦ୍ରିକ ଝଡ ଭୀଷଣ ବାତ୍ୟାର ରୂପ ନେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଯାହାକୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଓଡ଼ିଶାବାସୀ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ରହିପାରେ । ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ହୋଇପଡ଼ିଛନ୍ତି ସରକାର । ଘନ ଘନ ବୈଠକ ରି କିପରି ଏନେଇ ଆଗୁଆ ପ୍ରସ୍ତୁତି କରାଯିବ ସେନେଇ ସତର୍କ ରହିବାକୁ ସୂଚନା ଦେଇଛନ୍ତି ପ୍ରଶାସନ । ଏନେଇ ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକ ପୁରୀ, ବାଲେଶ୍ବର, କେନ୍ଦ୍ରାପଡା, ଜଗତସିଂପୁର, ଖୋର୍ଦ୍ଧା, ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ।

ଏନେଇ ଉପକୂଳବର୍ତ୍ତୀ ଜିଲ୍ଲାପାଳଙ୍କୁ ଏସଆରସି ସତର୍କ କରାଇଥିବା ବେଳେ ପୂର୍ବରୁ ବାତ୍ୟା ମାଡ ହୋଇତିବା ଜଗତସିଂପୁର ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବାତ୍ୟା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରସ୍ତୁତ ରହିଛି । ବିଶେଷ କରି କୁଜଙ୍ଗ,ବାଲିକୁଦା,ଏରସମା, ପାରାଦୀପକୁ ବିଶେଷ ଧ୍ୟାନ ଦିଆଯିବ। ଜିଲ୍ଲାରେ ପ୍ରସ୍ତୁତ ଅଛି ୪୫ଟି ବାତ୍ୟା ଆଶ୍ରୟସ୍ଥଳୀ । ଏଥିସହିତ ଅତିରିକ୍ତ ଭାବେ ୨୨୪ ଟି ସ୍କୁଲଘରକୁ ବି ପ୍ରସ୍ତୁତ ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ । ଏଥିସହିତ ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କୁ ୨ ୟୁନିଟ ଓଡ୍ରାଫ୍ ଓ ୨ ପ୍ଲାଟୁନ ଏନଡିଆରଏଫ୍ ମାଗିଛନ୍ତି ଜଗତସିଂହପୁର ଜିଲ୍ଲା ପ୍ରଶାସନ। ୨୩ରୁ ୨୬ ଚାରି ଦିନ ପାଇଁ ବର୍ଷା ଆଲର୍ଟ ଜାରି ହୋଇଥିବାରୁ ଏଭଳି ସହାୟତା ଲାଗି ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସେପଟେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ୨୩, ୨୪, ୨୫ ତିନି ଧରି ଅଧିକାଂଶ ସ୍ଥାନରେ ବର୍ଷା ହେବ । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଯଥା ୨୦ରୁ ୩୦ ସେମି ବର୍ଷିବା ବେଳେ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ୩୦ରୁ ସେମିରୁ ଊର୍ଦ୍ଧ୍ବ ବର୍ଷା ହେବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଏନେଇ ଜଗତସିଂହପୁର, ପୁରୀ, ଗଞ୍ଜାମ ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ । ଗଛ ଉପୁଡ଼ିପାରେ, ତଳିଆ ଅଞ୍ଚଳରେ ପାଣି ଜମି ପାରେ  । ଏଥିପାଇଁ ଲୋକଙ୍କୁ ଭୟଭୀତ ନ ହୋଇ ନିରାପଦରେ ରହିବାକୁ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନରୋମା ମହାନ୍ତି ।

Leave A Reply

Your email address will not be published.