Latest Odisha News

BREAKING NEWS

ବନ୍ଧୁକ ମୁନରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି

ମୟୂରଭଞ୍ଜ:ବନ୍ଧୁକ ମୁନରେ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି। ବାରିପଦା କୁଳିଅଣା ଥାନା କୁଚେଇ ଗ୍ରାମ୍ୟ ଓଡ଼ିଶା ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଛି। ୨ଟି ବାଇକରେ ୫ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ଲୁଟି ନେଇଛନ୍ତି ଟଙ୍କା।

ସୂଚନାଯୋଗ୍ୟ ଯେ,ମଙ୍ଗଳବାର ଦିନ ପ୍ରାୟ ୨ଟା ୩୦ ମିନିଟ୍‌ ସମୟରେ ୧୮ ନମ୍ବର ଜାତୀୟ ରାଜପଥକଡ଼ରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କୁଚେଇ ଶାଖାରେ ହଠାତ୍ ୫ ଜଣ ଦୁର୍ବୃତ୍ତ ପଶିଥିଲେ । ସେମାନେ ମୁଖା ପିନ୍ଧିଥିଲେ ଏବଂ ହାତରେ ମାରଣାସ୍ତ୍ର ଧରିଥିଲେ।ବ୍ୟାଙ୍କ୍‌ରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ କ୍ୟାସ୍ କାଉଣ୍ଟରରୁ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ ।

ବ୍ୟାଙ୍କ୍‌ରୁ ପ୍ରାୟ ୮ରୁ ୯ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ସନ୍ଦେହ କରାଯାଉଛି । ଶାଖାର ମ୍ୟାନେଜର ସ୍ଥାନୀୟ ଥାନାରେ ଏତଲା ଦେଇଛନ୍ତି। ପୋଲିସ ମାମଲା ରୁଜୁ କରିଛି। ସିସିଟିଭି ଆଧାରରେ ଘଟଣାର ଛାନ୍‌ଭିନ୍‌ କରୁଛି।

 

Comments are closed.