Latest Odisha News

BREAKING NEWS

ବାହାର ଫେରନ୍ତାଙ୍କ ଯତ୍ନ ନେବାକୁ ନିବେଦନ କଲେ ନବୀନ

ଭୁବନେଶ୍ୱର: ୧୦ ଦିନ ତଳେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୬୧ ଥିଲା । ଏବେ ତାହା ଦୁଇ ଗୁଣ ବଢିଗଲାଣି । କିନ୍ତୁ ଡରିବାର ନାହିଁ । ଆମେ ସତର୍କ ରହିଲେ ବିପଦକୁ ଏଡାଇ ଦେଇପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଥମେ ଆମ ପାଇଁ ଚ୍ୟାଲେଂଜ ଥିଲା ବିଦେଶରୁ ଫେରୁଥିବା ଓଡିଆ ଭାଇଭଉଣୀଙ୍କ ଯତ୍ନ ନେବା । ଓଡିଶା ପ୍ରଥମ ରାଜ୍ୟ ଭାବେ ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ କରିଥିଲା । ମୋ ଅନୁରୋଧ କ୍ରମେ ରାଜ୍ୟବାସୀ ସହ ଯୋଗ କରିଥିବାରୁ ଆମେ ପରିସ୍ଥିତିକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିଲେ ।

ତାପରେ ଚ୍ୟାଲେଂଜ ଥିଲା ନିଜାମୁଦ୍ଦିନରୁ ଫେରୁଥିବା ବନ୍ଧୁ ମାନଙ୍କ ଠିକ୍ ଭାବରେ ଯତ୍ନ ନେବା । ଆପଣଙ୍କ ସହଯୋଗ ଯୋଗୁଁ ଆମେ ପରିସ୍ଥିତିର ମୁକାବିଲା କରିପାରିଲେ । ଏବେ ଆମ ପାଇଁ ତୃତୀୟ ଆହ୍ୱାନ ହେଉଛି ପଶ୍ଚିମବଙ୍ଗରୁ ଫେରୁଥିବା ଭାଇଭଉଣୀଙ୍କ ଯତ୍ନ । ରାଜ୍ୟରେ ବର୍ତମାନ କରୋନା ପଜିଟିଭଙ୍କ ମଧ୍ୟରୁ ୫୦ ଜଣ ହେଉଛନ୍ତି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଫେରନ୍ତା । ଆପଣଙ୍କ ସହଯୋଗ ପାଇଁ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ।

Leave A Reply

Your email address will not be published.