Latest Odisha News

BREAKING NEWS

ଟିକାକରଣ ପାଇଁ ତୟାର ଓଡ଼ିଶା: ରାଜ୍ୟରେ ଅଛି ୨୯ ହଜାର ସେସନ୍ସ ସାଇଟ୍

ଭୁବନେଶ୍ୱର: କରୋନା ଟିକା ଆସିବା କ୍ଷଣି ଓଡ଼ିଶାରେ ଆରମ୍ଭ ହେବ ଟିକାକରଣ । ସରକାର ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି । ଟିକାକରଣ ପାଇଁ ୨୯ହଜାର ସେସନ ସାଇଟ ଅଛି । କିନ୍ତୁ ପ୍ରଥମ ପର୍ଯ୍ୟାୟରେ ଟିକାକରଣ ବେଳେ ଏସବୁ ଆବଶ୍ୟକ ହେବନି । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ।

ଗତକାଲି ସ୍ୱାସ୍ଥ୍ୟ ସଚିବ ଏହି ସେସନ୍ସ ସାଇଟର ଚିହ୍ନଟ ସହ ସ୍ଥିତି ଦେଖିବା ପାଇଁ ସବୁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଥିଲେ । ସେସନ୍ସ ସାଇଟରେ ପ୍ରତୀକ୍ଷାଳୟ, ଟିକାକରଣ ଗୃହ ଓ ଅବଜର୍ଭେସନ୍ ରୁମ୍ ଠିକ ଅଛି କି ନାହିଁ ସେମାନେ ଦେଖିବେ ।
ପ୍ରଥମେ ଓ୍ୱେଟିଂ ରୁମରେ ଟିକା ପାଇବାକୁ ଥିବା ଲୋକଙ୍କ ଡାଟାବେସ ଯାଞ୍ଚ ହେବ । ପରେ ଟିକାକରଣ ରୁମରେ ସେମାନଙ୍କର ଅନ୍ୟାନ୍ୟ ତଥ୍ୟ ଯାଞ୍ଚ ପରେ ଟିକା ଦିଆଯିବ । ଏହାପରେ ଅବଜରଭେସନ୍ ରୁମରେ ୩୦ ମିନିଟ ରଖାଯିବ । ପାର୍ଶ୍ଵ ପ୍ରତିକ୍ରିୟା ନ ଆସିଲେ ସେମାନଙ୍କୁ ଛଡ଼ା ଯିବ ।

ଟିକା ହାତର କାନ୍ଧ ତଳ ଡେଣାରେ ଦିଆଯିବ । ଚଳିତମାସ ସୁଦ୍ଧା ଟିକା ଓଡ଼ିଶାରେ ପହଞ୍ଚିବ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି । ୩ଲକ୍ଷ ୨୮ହଜାର ୫୦୦ଜଣଙ୍କ ଡାଟାବେଶ ପ୍ରସ୍ତୁତ ହୋଇଛି । ଦେଶରେ ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି ।

Leave A Reply

Your email address will not be published.