Latest Odisha News

BREAKING NEWS

ମହାମାରୀ ବିରୋଧୀ ଲଢେଇରେ ପିଏମ୍‌ ମୋଦୀଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ; ‘ହୁ’ ମୁଖ୍ୟ ଟେଡ୍ରୋସ୍ ଆଡାନମ୍

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନମ୍ ଗେବ୍ରିଆସିସ୍ ଭାରତରେ କରୋନା ଟିକାକୁ ପ୍ରଶଂସା କରିଛନ୍ତି। ମହାମାରୀର ଅନ୍ତ ଘଟାଇବା ପାଇଁ ଭାରତ ସରକାର ନେଇଥିବା ନିଷ୍ପତ୍ତିକୁ ପ୍ରଶଂସା କରି ସେ କହିଛନ୍ତି ଯେ ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ ଦେଶ ଭାବରେ ଭାରତର କୋଭିଡ-୧୯ ଟିକା ମହାମାରୀକୁ ସମାପ୍ତ କରିବାକୁ ସଂକଳ୍ପ ପୂରଣ କରିଛି।

ଟେଡ୍ରୋସ୍‌‌ ଟ୍ୱିଟ୍ କରି କହିଛନ୍ତି, କରୋନା ମହାମାରୀକୁ ଶେଷ କରିବା ପାଇଁ ଭାରତ ନିରନ୍ତର ନିର୍ଣ୍ଣାୟକ ପଦକ୍ଷେପ ନେଉଛି। ବିଶ୍ୱର ସର୍ବବୃହତ ଟୀକା ଉତ୍ପାଦନକାରୀ ଦେଶ ଭାବେ ଭାରତ ନିଜର କାର୍ଯ୍ୟ କରୁଛି। ମହାମାରୀ ବିରୋଧୀ ଲଢେଇରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ୟମକୁ ପ୍ରଶଂସା କରି ସେ ଲେଖିଛନ୍ତି ଯେ ଯଦି ଆମେ ସମ୍ପୂର୍ଣ୍ଣ ରୂପେ ମିଳିତ ଭାବେ କାର୍ଯ୍ୟ କରିବା ତେବେ ପ୍ରଭାବଶାଳୀ ଟିକା ବ୍ୟବହାର କରି ଲୋକଙ୍କୁ ସୁରକ୍ଷା ଯୋଗାଇବାର ଲକ୍ଷ୍ୟ ପୂରା ହୋଇପାରିବ।

Leave A Reply

Your email address will not be published.