Latest Odisha News

ଆଫଗାନିସ୍ତାନ ସରକାର ଗଠନ ଉଦ୍‌ଘାଟନୀ ଉତ୍ସବରେ ୬ ଦେଶକୁ ତାଲିବାନର ନିମନ୍ତ୍ରଣ

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନରେ ନୂତନ ସରକାର ଗଠନ ପ୍ରକ୍ରିୟା ଶେଷ କରିଥିବା ବେଳେ ଏହାର ଉଦ୍‌ଘାଟନୀ ସମାରୋହରେ ଯୋଗଦେବା ପାଇଁ ୬ଟି ଅନ୍ତର୍ଜାତୀୟ ଦେଶକୁ ନିମନ୍ତ୍ରଣ ପଠାଇ ସାରିଛି।

ଖବର ଅନୁଯାୟୀ, ତାଲିବାନ ଉଦ୍‌ଘାଟନୀ ସମାରୋହରେ ରୁଷିଆ, ଚୀନ୍, ତୁର୍କୀ, ଇରାନ, ପାକିସ୍ତାନ ଏବଂ କତାରକୁ ନିମନ୍ତ୍ରଣ କରିଥିବା ଜଣାପଡ଼ିଛି।

୧୯୯୦ ଦଶକ ସମୟରେ ତାଲିବାନ ଶାସନକୁ ପାକିସ୍ତାନ, ସାଉଦି ଆରବ ଏବଂ ୟୁଏଇ ତିନୋଟି ଦେଶ ତାଲିବାନକୁ ସ୍ୱୀକୃତି ଦେଇଥିବାବେଳେ ଏହି ନୂତନ ଶାସନକୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରିବା ସମ୍ଭବ ନହୋଇପାରେ।

ତାଲିବାନ ନୂତନ ସରକାର ଗଠନ ପ୍ରକ୍ରିୟା ଶେଷ କରିଛି। ପାକିସ୍ତାନ ଗତ ୨୦ ବର୍ଷ ଧରି ଆଫଗାନିସ୍ତାନର ଏକମାତ୍ର ସମର୍ଥକ ଥିଲା।

Leave A Reply

Your email address will not be published.