ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ରାଜ୍ୟରେ କରୋନା କଟକଣା କୋହଳ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ମାନଙ୍କୁ ଚିଠି ଲେଖିଛନ୍ତି । କେନ୍ଦ୍ରରୁ ଯେଉଁ ଚିଠି ଆସିଛି ତା ଉପରେ ଭାବିଚିନ୍ତି ନିଷ୍ପତି ନିଆଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଆମ ରାଜ୍ୟରେ ଅତିରିକ୍ତ କଟକଣା ନାହିଁ । ଗାଇଡଲାଇନ ଅନୁସାରେ କଟକଣା ହୋଇଛି । କୋଭିଡ ସ୍ଥିତିର ସମୀକ୍ଷା ମଧ୍ୟ କରାଯାଉଛିା
ସଂକ୍ରମଣ ହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି ।କିନ୍ତୁ କୋଭିଡ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବଢୁଛି । ପଞ୍ଚାୟତ ନିର୍ବାଚନ ନେଇ ସରକାର ଯେଉଁ ନିୟମାବଳୀ ଦେଇଛନ୍ତି । ସେସବୁକୁ ମାନିବା ନହଲେ ପୁଣି ବିପଦ ଆସିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
Comments are closed.