ଭୁବନେଶ୍ୱର: କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ସମୀକ୍ଷା ବୈଠକ ହୋଇଛି । ଲୋକସେବା ଭବନରେ ସ୍ୱାସ୍ଥ୍ୟ ସଚିବ ନିକୁଂଜ ଧଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି । ଓଡ଼ିଶାରେ କରୋନା ପରୀକ୍ଷାର ବ୍ୟବସ୍ଥା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି । କଟକ ଏସ୍ସିବି ଓ ଆର୍ଏମ୍ଆର୍ସିରେ ରକ୍ତ ପରୀକ୍ଷା ବ୍ୟବସ୍ଥା କରାଯିବ । କୌଣସି ସ୍ଥାନରେ ଏକାଠ ନହେବା ଓ ସଭାସମିତି ନକରିବା ପାଇଁ ପରାମର୍ଶ ଦିଆଯାଇଛି ।
ସେହିପରି କରମର୍ଦ୍ଦନ ବା ଆଲିଙ୍ଗନ ନକରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଆଖି, ନାକ, ପାଟିକୁ ବାରମ୍ବାର ସ୍ପର୍ଶ ନକରିବାକୁ ସଚେତନ କରାଯାଉଛି ବୋଲି ସେ କହିଛନ୍ତି । ଏବେ ରାଜ୍ୟରେ ୧୧୫ ଜଣ କରୋନା ସନ୍ଦେହରେ ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କୁ ଆଇସୋଲେସନ୍ରେ ରଖାଯାଇଛି। କରୋନା ତଦାରଖ ପାଇଁ ଡିଏମ୍ଇଟିଙ୍କୁ ଦାୟିତ୍ୱ ଦିଆଯାଇଛି । ବିମାନ ବନ୍ଦର ଓ ହସ୍ପିଟାଲଗୁଡିକୁ ଆଲର୍ଟ କରାଯାଇଛି । ବିମାନ ଯାତ୍ରୀଙ୍କୁ ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ରାଜ୍ୟର ସମସ୍ତ ହସ୍ପିଟାଲକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।
BREAKING NEWS
- Public Grievance: ଜାନୁଆରୀ ୧୯ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
- Indigo Flight: ବିମାନ ସେବାରେ ବିଭ୍ରାଟ; ‘ଇଣ୍ଡିଗୋ’ ଉପରେ ୨୨ କୋଟି ଟଙ୍କା ଫାଇନ୍
- Weather Update: ପାରଦ ହେବ ଉପରମୁହାଁ, ଆଜିଠାରୁ ରାଜ୍ୟରେ କମିବ ଶୀତ
- Men’s Hockey India League 2026: ଘରୋଇ ଗ୍ରାଉଣ୍ଡରେ କଳିଙ୍ଗ ଲାନସର୍ସର ବୃହତ ବିଜୟ, ଟପ୍ -୪ରେ ସ୍ଥାନ କଲା ପକ୍କା
- Mahanadi Water Dispute: ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି
- Cross-Border Arms Terror Module: ପାକିସ୍ତାନରୁ ପଠାଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଉଦ୍ଧାର;କ୍ଷେତରେ ଲୁଚାଯାଇଥିଲା…
- ସସପେନ୍ସ ଭିତରେ ସସପେଣ୍ଡ୍…ହେଲେ କଳି ଗଲାଣି ବଳି
- Brown sugar Seized; ଚାଲିଥିଲା ବ୍ରାଉନସୁଗାର ଡିଲ୍; ମାଡ଼ି ବସିଲା ପୋଲିସ, ୨ ଗିରଫ
- ଇନ୍ଦୋରରେ ବ୍ୟାଟ୍ସମ୍ୟାନଙ୍କ ଭୂସ୍ୱର୍ଗରେ ଟିମ ଇଣ୍ଡିଆ ପଲା ଭାରୀ
- Phulbani Accident: ଦୁର୍ଘଟଣାରେ ଜଳିଗଲା ଅଟୋ-କାର୍;ଜଣେ ଜୀବନ୍ତ ଦଗ୍ଧ,ଗୁରୁତର ମେଡିକାଲ୍ରେ …
Comments are closed.