ଭୁବନେଶ୍ୱର: କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ସମୀକ୍ଷା ବୈଠକ ହୋଇଛି । ଲୋକସେବା ଭବନରେ ସ୍ୱାସ୍ଥ୍ୟ ସଚିବ ନିକୁଂଜ ଧଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି । ଓଡ଼ିଶାରେ କରୋନା ପରୀକ୍ଷାର ବ୍ୟବସ୍ଥା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି । କଟକ ଏସ୍ସିବି ଓ ଆର୍ଏମ୍ଆର୍ସିରେ ରକ୍ତ ପରୀକ୍ଷା ବ୍ୟବସ୍ଥା କରାଯିବ । କୌଣସି ସ୍ଥାନରେ ଏକାଠ ନହେବା ଓ ସଭାସମିତି ନକରିବା ପାଇଁ ପରାମର୍ଶ ଦିଆଯାଇଛି ।
ସେହିପରି କରମର୍ଦ୍ଦନ ବା ଆଲିଙ୍ଗନ ନକରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଆଖି, ନାକ, ପାଟିକୁ ବାରମ୍ବାର ସ୍ପର୍ଶ ନକରିବାକୁ ସଚେତନ କରାଯାଉଛି ବୋଲି ସେ କହିଛନ୍ତି । ଏବେ ରାଜ୍ୟରେ ୧୧୫ ଜଣ କରୋନା ସନ୍ଦେହରେ ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କୁ ଆଇସୋଲେସନ୍ରେ ରଖାଯାଇଛି। କରୋନା ତଦାରଖ ପାଇଁ ଡିଏମ୍ଇଟିଙ୍କୁ ଦାୟିତ୍ୱ ଦିଆଯାଇଛି । ବିମାନ ବନ୍ଦର ଓ ହସ୍ପିଟାଲଗୁଡିକୁ ଆଲର୍ଟ କରାଯାଇଛି । ବିମାନ ଯାତ୍ରୀଙ୍କୁ ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ରାଜ୍ୟର ସମସ୍ତ ହସ୍ପିଟାଲକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।
BREAKING NEWS
- Job Alert: ୧୩୬୩ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ୍ ପଦବୀରେ ହେବ ନିଯୁକ୍ତି; ୩୦ଜିଲ୍ଲାରେ ସିଧାସଳଖ ନିଯୁକ୍ତି ପ୍ରକ୍ରିୟା…
- PG Entrance Test: ମେ’ ୫ରୁ ଅନୁଷ୍ଠିତ ହେବ ପିଜି ପ୍ରବେଶିକା ପରୀକ୍ଷା;୫୦ଟି ସ୍ନାତକୋତ୍ତର ବିଷୟ ପାଇଁ ହେବ
- ଆମେ ପରିଶ୍ରମୀ ଓ ଶ୍ରମିକ ଶ୍ରେଣୀର ଖେଳାଳି, ବଲ ପକାଇବା ଆମ କାମ
- Kapoor’s Ancestral Haveli In Pakistan: ପାକିସ୍ତାନରେ ଅଛି ଭାରତର ଏହି ପ୍ରସିଦ୍ଧ ହିରୋଙ୍କ ଘର, ଅବହେଳାରେ ଧସୁଛି…
- Expeditiously exit Iran:’ଯଥାଶୀଘ୍ର ଇରାନ ଛାଡି ଦିଅ’; ଯୁଦ୍ଧବିରତି ମଧ୍ୟରେ ଭାରତୀୟ ଦୂତବାସର ହାଇ ଆଲର୍ଟ
- LPG Crisis: ଯୁଦ୍ଧବିରତି ଘୋଷଣା ପରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି, ରାଜ୍ୟ ସରକାରଙ୍କୁ କହିଲେ ତୁରନ୍ତ କର ଏହି କାମ…
- ରେକର୍ଡ ସୃଷ୍ଟି କଲା ଅକ୍ଷୟଙ୍କ ଭୂତ ବଙ୍ଗଲା ଟ୍ରେଲର
- ଜନ୍ମଦିନରେ ନୂଆ ଲୁକରେ ଆସିଲେ ଅଲ୍ଲୁ ଅର୍ଜୁନ
- ୧୫ ଦିନର ଅସ୍ତ୍ରବିରତି: ହ୍ରାସ ହେବ କି ବିମାନ ଭଡା, ଫୁଏଲ୍ ସରଚାର୍ଜ ଉପରେ କ’ଣ ପ୍ରଭାବ ପଡ଼ିବ?
- LPG cylinder at ₹500: ଏଲପିଜି ସଙ୍କଟ ମଧ୍ୟରେ, ମାତ୍ର ୫୦୦ ଟଙ୍କାରେ ଟାଙ୍କି ଦେଉଛନ୍ତି ଦୁଇ ଭାଇ
Comments are closed.