Latest Odisha News

BREAKING NEWS

ନିର୍ମାଣ ହେବ ମୁଥୈୟା ମୁରଲିଧରନଙ୍କ ବାୟୋପିକ !

ତେଲେଙ୍ଗାନା: ଶ୍ରୀଲଙ୍କାର ବହୁଚର୍ଚ୍ଚିତ ଅଫ୍ ସ୍ପିନର ମୁଥୈୟା ମୁରଲିଧରନଙ୍କ ଉପରେ ନିର୍ମାଣ ହେବ ବାୟୋପିକ । ତେବେ ଶ୍ରୀଲଙ୍କା ଫିଲ୍ମ ଇଣ୍ଡଷ୍ଟ୍ରୀ ନୁହେଁ ଭାରତୀୟ ଫିଲ୍ମ ମେକରଙ୍କ ଦ୍ୱାରା ନିର୍ମାଣ ହେବ ବାୟୋପିକ । ଏନେଇ ପୋଷ୍ଟର ରିଲିଜ ହୋଇସାରିଥିଲାବେଳେ ମୁଥୈୟାଙ୍କ କିର୍ଦାରରେ ନଜର ଆସିବେ ଜଣେ ପପୁଲାର ସାଉଥ୍ ଆକ୍ଟର ।

ମୁଥୈୟାଙ୍କ ବାୟୋପିକର ଅଫିସିଆଲ ପୋଷ୍ଟର ରିଲିଜ ହୋଇଛି । ତାଙ୍କ ଭୂମିକାରେ ନଜର ଆସିବେ ବିଜୟ ସେଥୁପତି । ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିବେ ଏମ୍‌.ଏସ୍ ଶ୍ରୀପଥୀ । ବାୟୋପିକଟି ମୁଥୈୟାଙ୍କ ସଂଘର୍ଷମୟ ଜୀବନ ତଥା କ୍ରିକେଟିଂ କ୍ୟାରିୟର ଉପରେ ଫୋକସ୍ କରିବ ।

ମୁଭି ଟ୍ରେନ୍ ମୋଶନ୍ ପିକ୍‌ଚର୍ସ ଓ ଦାର୍ ମୋଶନ ପିକ୍‌ଚର୍ସ ବ୍ୟାନର ତଳେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମର ଟାଇଟଲ୍ ୮୦୦ ରହିବା ନେଇ ଶୁଣିବାକୁ ମିଳିଥିଲା । ହେଲେ ଏ ନେଇ ଫିଲ୍ମ ନିର୍ମାତାମାନେ କିଛି କହିବାକୁ ମନା କରିଛନ୍ତି । ଚଳିତବର୍ଷ ଫିଲ୍ମଟି ନିର୍ମାଣ ହେବା ସହ ରିଲିଜ ହେବାର ଯୋଜନା ରହିଥିଲା । ହେଲେ କରୋନା ଓ କିଛି ଭିନ୍ନ କାରଣ ପାଇଁ ତାହା ସମ୍ଭବ ହୋଇପାରିନି ।

ବାୟୋପିକକୁ ନେଇ ବିଜୟ ସେଥୁପତି ବେଶ ଏକ୍ସାଇଟେଡ୍ ଥିବାବେଳେ ଅନ୍ୟ ଷ୍ଟାରକାଷ୍ଟଙ୍କ ବିଷୟରେ କୌଣସି ସୂଚନା ମିଳିନି । ତାଜା ସ୍ଥିତିରେ ମୁଥୈୟା ହାଇଦ୍ରାବାଦ ଟିମ୍ ସହ ଦୁବାଇରେ ଆଇପିଏଲ ପାଇଁ ବ୍ୟସ୍ତ ଅଛନ୍ତି । ପ୍ରତିଯୋଗୀତା ସରିଲା ପରେ ବିଜୟ ମୁଥୈୟାଙ୍କଠାରୁ କିଛି ଦିନ ପାଇଁ ଟ୍ରେନିଂ ନେବେ ।

Leave A Reply

Your email address will not be published.