Latest Odisha News

ବାତ୍ୟା ‘ଦାନା’ ଭୟ: ୨ ଦିନ ହାଇକୋର୍ଟ ବନ୍ଦ 

କଟକ: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ର ପ୍ରଭାବ କେନ୍ଦ୍ରାପଡ଼ା ଠାରୁ ବାଲେଶ୍ବର ଉପକୂଳ ପର୍ଯ୍ୟନ୍ତ ରହିବ। ‘ଦାନା’ ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ପବନର ବେଗ ୧୦୦ ରୁ ୧୧୦ କିମି ରହିପାରେ । ଏହା ସହ ଅତିରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଯାହାକୁ ଦୃଷ୍ଟିରେ ରଖି ହାଇକୋର୍ଟକୁ ୨ ଦିନ ଛୁଟି ଘୋଷଣା କରାଯାଇଛି । ହାଇକୋର୍ଟ ପକ୍ଷରୁ ବୁଧବାର ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଅନୁସାରେ ଅକ୍ଟୋବର ୨୪ ଓ ୨୫ ତାରିଖ ଦୁଇ ଦିନ ଧରି କୋର୍ଟ ଓ ହାଇକୋର୍ଟର ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ ।

ଏଥିସହ ପରବର୍ତ୍ତୀ ସମୟରେ ଆଗାମୀ ନଭେମ୍ବର ୩୦ ତାରିଖ ଶନିବାର ଓ ଡିସେମ୍ବର ୭ ତାରିଖ ଶନିବାର ଖୋଲା ରହିବ ହାଇକୋର୍ଟ ।

Leave A Reply

Your email address will not be published.