ରାଜନେତାଙ୍କ ବିରୋଧରେ ବିଚାରଧୀନ ମାମଲାର ଶୁଣାଣି ପ୍ରସଙ୍ଗ: ଅଦାଲତ ସ୍ଥାପନ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ
କଟକ: ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରଧୀନ ଓ ଅପରାଧିକ ମାମଲାର ତ୍ୱରିତ ଶୁଣାଣି ପାଇଁ ରାଜ୍ୟରେ ସ୍ଥାପନ ହେବ ୩ଟି ସ୍ୱତନ୍ତ୍ର ଅଦାଲତ । ତିନିଟି ରାଜସ୍ୱ ଡିଭିଜନ ଅଧୀନରେ ତିନିଟି ସ୍ୱତନ୍ତ୍ର ଅଦାଲତ ଓ ୧୧ଟି ଜେଏମଏଫସି କୋର୍ଟ ସ୍ଥାପନ ହେବ । ଏଥିପାଇଁ ସମୟ ଦେବାକୁ ହାଇକୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି ରାଜ୍ୟ ସରକାର ।
ବର୍ତ୍ତମାନ ଏବଂ ପୂର୍ବତନ ବିଧାୟକ ଓ ସାଂସଦଙ୍କ ବିରୋଧରେ କେତେ ମାମଲା ବିଚାରାଧୀନ ରହିଛି ସେସମ୍ପର୍କିତ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସ୍ୱତନ୍ତ୍ର ଅଦାଲତ ସୁଚାରୁ ଭାବେ କାର୍ୟ୍ୟ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି, ବିଲଡିଂ, କର୍ମଚାରୀ ଆଦି ବ୍ୟବସ୍ଥା କରିବେ ସରକାର । ଏସମ୍ପର୍କରେ ଜବାବ ମାଗିଛନ୍ତି ହାଇକୋର୍ଟ ।
ନଭେମ୍ବର ୨୬ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ପାଇଁ ଧାର୍ୟ୍ୟ ହୋଇଛି । ହାଇକୋର୍ଟ ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।
Comments are closed.