Latest Odisha News

BREAKING NEWS

ପନ୍ଦର ମିନିଟ୍‍ ପାଇଁ ବିଜୁଳି ବନ୍ଦର ଆହ୍ୱାନ

ଭୁବନେଶ୍ୱର: ବୁଧବାର ସନ୍ଧ୍ୟା ୫ଟାବେଳେ ବିଦ୍ୟୁତ୍‍ ଉପଭୋକ୍ତା ମହାସଂଘ ତରଫରୁ ମାଷ୍ଟର କ୍ୟାଣ୍ଟିନ୍‍ ଛକଠାରେ ଘଣ୍ଟିକିଆ ପ୍ରତିବାଦ ସଭା ହୋଇଥିଲା ।

ଏହି ସଭାରେ କଂଗ୍ରେସ, ସି.ପି.ଆଇ(ଏମ୍‍) ସି.ପି.ଆଇ, ସମାଜବାଦୀ ପାର୍ଟି ଫରୱାର୍ଡ଼ ବ୍ଲକ୍‍, ସିି.ପି.ଆଇ. ଏମ୍‍.ଏଲ୍‍. (ଲିବରେସନ୍‍), ସି.ପି.ଆଇ.ଏମ୍‍.(ରେଡ଼୍‍ଷ୍ଟାର), ଆର୍‍.ଜେ.ଡି, ଏନ୍‍.ସି.ପି. ପ୍ରଭୃତି ୯ଟି ପାର୍ଟିର ନେତାମାନେ ଯୋଗ ଦେଇଥିଲେ । ବିଦ୍ୟୁତ୍‍ ଦରବୃଦ୍ଧି ପ୍ରତିବାଦରେ ଗୁରୁବାର ସନ୍ଧ୍ୟା ୬ ରୁ ୬.୧୫ ମିନିଟ୍‍ ପର୍ଯ୍ୟନ୍ତ ସବୁ ବର୍ଗର ଉପଭୋକ୍ତା ୧୫ ମିନିଟ୍‍ ପାଇଁ ବିଜୁଳିବତୀ ଲିଭାଇ ସରକାରଙ୍କୁ ଚେତାଇ ଦେବାକୁ ଆହ୍ୱାନ ଦିଆଯାଇଥିଲା ।

ବକ୍ତାମାନେ ବାକି ପଡ଼ିଥିବା ହଜାର ହଜାର କୋଟି ଟଙ୍କା ବଡ଼ ବଡ଼ କମ୍ପାନୀ ଠାରୁ ଆଦାୟ ନ କରି କରୋନା ମହାମାରୀ ସମୟରେ ସାଧାରଣ ଉପଭୋକ୍ତାଙ୍କ ଉପରେ ଦରବୃଦ୍ଧିକୁ କଡ଼ା ସମାଲୋଚନା କରିଥିଲେ ।

କଂଗ୍ରେସର ଦାବି ଅନୁଯାୟୀ ଏବେବି ଅନେକ ସମୟରେ ଅଘୋଷିତ ବିଦ୍ୟୁତ୍‍ କାଟ୍‍ ହେଉଛି । ଲୋକେ ମଧ୍ୟ ଅନ୍ଧକାରରେ ରହୁଛନ୍ତି ।  ଉପଭୋକ୍ତାମାନଙ୍କ ଉପରେ ପଡ଼ିଥିବା ଦରବୃଦ୍ଧି ଚାପ ତୁରନ୍ତ ପ୍ରତ୍ୟାହାର କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

Leave A Reply

Your email address will not be published.