Latest Odisha News

BREAKING NEWS

ଅର୍ଚ୍ଚନା ମାମଲାରେ ପୋଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ

ଭୁବନେଶ୍ୱର: ଅର୍ଚ୍ଚନା ମାମଲାରେ ୭୦ କୋଟିର କାରବାର । ଫସିଛନ୍ତି ବିଜେପି, ବିଜେଡିର ବହୁ ନେତା । ତଦନ୍ତ କରିବାକୁ ଡରୁଛି ପୋଲିସ । ଆଜି ଏମିତି କିଛି କହି କଂଗ୍ରେସ ବିଧାୟକ ତାରା ବାହିନୀପତି ଟାର୍ଗେଟ୍ କରିଛନ୍ତି । କହିଛନ୍ତି, ବ୍ଲାକମେଲର ଅର୍ଚ୍ଚନା ନାଗ ସହ ନେତା, ମନ୍ତ୍ରୀ ଏବଂ ପ୍ରଶାସକଙ୍କ ଲିଙ୍କ୍ ରହିଛି ।

ଅର୍ଚ୍ଚନାଙ୍କ ପାଖକୁ ଯାଇଥିବା ନେତା ଗଙ୍ଗା ବୁଡ଼ ପକାଇଛନ୍ତି ବୋଲି ତାତ୍ସଲ୍ୟ କରିଛନ୍ତି ତାରା । ଅର୍ଚ୍ଚନାଙ୍କ ସହ ଶାସକ ଦଳର ଏକାଧିକ ନେତା, ମନ୍ତ୍ରୀଙ୍କ ସମ୍ପୃକ୍ତ ଥିବାରୁ ପୋଲିସ ତଦନ୍ତକୁ ସ୍ଥାଣୁ କରି ଦେଇଛି । ୪ଟି ଚୋରି ମୋବାଇଲ୍ ଧରିଲେ ପ୍ରେସମିଟ୍ କରୁଥିବା ପୋଲିସ କାହିଁକି ଅର୍ଚ୍ଚନାଙ୍କୁ ଜେରା କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ତାରା । ପ୍ରସଙ୍ଗକୁ ବିଧାନସଭାରେ ଉଠାଇବେ ବୋଲି କହିବା ସହ ଏସ୍ଆଇଟି ତଦନ୍ତ ଦାବି କରିଛନ୍ତି ।

ଅର୍ଚ୍ଚନା ମାମଲାରେ ୭୦ କୋଟିରୁ ଅଧିକ ଟଙ୍କାର କାରବାର ହୋଇଥିବା କହିଛନ୍ତି ତାରା । କଂଗ୍ରେସ ଭଳି ପୋଲିସ ସହ ଶାସକ ଦଳକୁ ଟାର୍ଗେଟ୍ କରିଛି ବିଜେପି । ପୋଲିସ କାହିଁକି ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟକୁ ଚୁପ୍ ରହିଛି ବୋଲି ବାବୁ ସିଂହ ପ୍ରଶ୍ନ କରିଛନ୍ତି । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ବିଜେଡିରେ ଥିବାରୁ ଏବଂ ନେତା, ମନ୍ତ୍ରୀଙ୍କ ସହ ବସାଉଠା କରୁଥିବାରୁ ପୋଲିସ ମାମଲାକୁ ଚାପି ଦେଉଥିବା ଅଭିଯୋଗ ଆଣିଛନ୍ତି ବିଜେପି ନେତା ।

ରାଜନୈତିକ ଆରୋପ ପ୍ରତ୍ୟାରୋପ ଭିତରେ ଅର୍ଚ୍ଚନା ନାଗ ଗିରଫକୁ ୧୦ ଦିନ ବିତିଲାଣି । ହେଲେ ତଦନ୍ତ କେତେ ବାଟ ଆଗେଇଲା ? ଅର୍ଚ୍ଚନାଙ୍କ ଘରୁ ଜବତ ବୈଦ୍ୟୁତିକ ଉପକରଣରୁ କିଛି ପାଇଲା କି ପୋଲିସ ? ଅର୍ଚ୍ଚନାଙ୍କ ଅନୈତିକ କାରବାରରେ କେଉଁ ବଡ଼଼ ବଡ଼ିଆଙ୍କ ସମ୍ପୃକ୍ତି ରହିଛି । ଏ ନେଇ ଏଯାଏ ମୁହଁ ଖୋଲୁ ନଥିବା ପୋଲିସ ତଦନ୍ତ ଚାଲିଥିବା କହି ଦିନ ଗଡ଼ାଇ ଚାଲିଛି ।

Leave A Reply

Your email address will not be published.