Latest Odisha News

BREAKING NEWS

ଯୁବତୀଙ୍କ ସହ ପ୍ରତାରଣା କରି ଗିରଫ ହେଲେ ଡାକ୍ତର ବାବୁ

ଭୁବନେଶ୍ୱର: ହୃଦୟ ଭାଙ୍ଗିଦେଲେ ହୃଦରୋଗ ବିଶେଷଜ୍ଞ। ଯୁବତୀଙ୍କ ସହ ପ୍ରେମ କଲେ, ବିବାହ ପ୍ରତିଶ୍ରୁୃତି ଦେଇ ଶାରୀରିକ ସମ୍ପର୍କ ମଧ୍ୟ ରଖିଲେ, ହେଲେ ପ୍ରେମିକ କାହାକୁ ବିବାହ କରିବାକୁ ମନ ସ୍ଥିର କରିଥିବା ନେଇ ଜାଣିବା ପରେ ଥାନାର ଦ୍ବାରସ୍ଥ ହୋଇଥିଲେ ପ୍ରେମିକା। ଆଉ ଶେଷରେ ପ୍ରତାରଣା କରି ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଡାକ୍ତର ବାବୁ। ଗିରଫ ଡାକ୍ତର ଜଣଙ୍କ ହେଲେ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲର ଡାକ୍ତର ଜୟଦୀପ ଦାସଗୁପ୍ତା।

ସୂଚନା ଅନୁଯାୟୀ, ପ୍ରେମିକାଙ୍କ ବାପା ଦୁଇ ବର୍ଷ ତଳେ ହୃଦରୋଗ ଜନିତ ଅସୁସ୍ଥତା ପାଇଁ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଉ ବାପାଙ୍କ ସହ ଯୁବତୀ ଜଣଙ୍କ ମଧ୍ୟ ଆସିଥିଲେ। ଏହି ସମୟରେ ଡାକ୍ତରଜଣକ ଯୁବତୀଙ୍କ ସହ ଭେଟଘାଟ ହୋଇଥିଲା। ଡାକ୍ତର ଦାସଗୁପ୍ତା କାର୍ଡିଓଲୋଜି ବିଭାଗର ଜଣେ ବିଶେଷଜ୍ଞ। ଏହାପରେ ମେଡିକାଲ ରିପୋର୍ଟ ଦେବା ନେବା ଭିତରେ ଯୁବତୀଙ୍କ ମୋବାଇଲ ନମ୍ବର ପାଇଥିଲେ ଡାକ୍ତର। ପରେ ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିବା ପରେ ଉଭୟ ପରସ୍ପରକୁ ଭଲ ପାଇଥିଲେ।

ପୀଡିତା ଅଭିଯୋଗ କରିଛନ୍ତି ଯେ ଡାକ୍ତର ଜଣଙ୍କ ବିବାହର ପ୍ରତିଶ୍ରୁତି ଦେବା ପରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ପୀଡ଼ିତା ଜଣଙ୍କ ଗର୍ଭବତୀ ମଧ୍ୟ ହୋଇଥିଲେ। ହେଲେ ଡାକ୍ତର ଜଣଙ୍କ ଅତ୍ୟନ୍ତ ଚତୁରତାର ସହିତ ତାଙ୍କର ଗର୍ଭପାତ କରାଇ ଦେଇଥିଲେ। ଏବେ ସଂପୃକ୍ତ ଡାକ୍ତର ଜଣଙ୍କ ଅନ୍ୟ କେଉଁଠି ବିବାହ କରିବାକୁ ଯୋଜନା କରିଥିବା ସୂଚନା ପାଇବା ପରେ ପୀଡ଼ିତା ମହିଳା ଥାନାରେ ଏତଲା ଦେଇଥିଲେ।

ମହିଳା ଥାନା ପୀଡ଼ିତାଙ୍କ ଏତଲା ଆଧାରରେ ଡାକ୍ତର ଜୟଦୀପ ଦାସଗୁପ୍ତାଙ୍କୁ ଗିରଫ କରିଛି। ପୀଡ଼ିତା ଜଣଙ୍କ ପେଶାରେ ଜଣେ ବ୍ୟାଙ୍କ କର୍ମଚାରୀ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.