ବେଙ୍ଗାଲୁରୁ: ଆସନ୍ତାକାଲି ବେଙ୍ଗାଲୁରର ହୋଟେଲ ତାଜ ଓ୍ବେଷ୍ଟ ଏଣ୍ଡରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଙ୍ଗାଲୁରରେ ଅନେକ ଶିଳ୍ପପତିଙ୍କୁ ଭେଟି ଆଲୋଚନା କରିଥିବା ଜଣାପଡିଛି ।
CM @Naveen_Odisha will address the #OdishaInvestorsMeet 2022 in #Bengaluru, ahead of the #MakeInOdisha conclave to be held between Nov 30 & Dec 4, 2022. CM will meet business leaders & showcase tremendous investment opportunities available in #Odisha. #InvestInOdisha pic.twitter.com/Uf3Fi45zCH
— CMO Odisha (@CMO_Odisha) September 27, 2022
ଓଡ଼ିଶାକୁ କିପରି ଅଧିକ ପୁଞ୍ଜି ନିବେଶ ଆସିବ ସେ ନେଇ ମୁଖ୍ୟମନ୍ତ୍ରୀ ରୋଡମ୍ୟାପ୍ ବିଷୟରେ ଶିଳ୍ପଜଗତର ମୁଖ୍ୟମାନଙ୍କୁ ଅବଗତ କରିଛନ୍ତି । ବେଙ୍ଗାଲୁରୁରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଓ୍ବିପ୍ରୋର ପୂର୍ବତନ ଅଧ୍ୟକ୍ଷ ଅଜିମ ପ୍ରେମଜୀଙ୍କ ସହ ଆଲୋଚନା କରିଛନ୍ତି । ସେହିଭଳି 91-ସ୍ପ୍ରିଙ୍ଗବୋର୍ଡର ସହପ୍ରତିଷ୍ଠାତା ଭରୁଣ ଚାୱଲା ଓ ପ୍ରନୟ ଗୁପ୍ତା, ଡୋଡିଆ ଡାଏରୀର ନିର୍ଦ୍ଦେଶକ ଏଏମଏସ୍ ରେଡ୍ଡୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି ।
ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପ୍ରତିଷ୍ଠିତ ବିଜନେସ ମ୍ୟାନଙ୍କ ସହ ରାଜ୍ୟର ଶିଳ୍ପ ଅନୁକୂଳ ବାତାବରଣ ନେଇ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କ ସମ୍ମିଳନୀକୁ ସମ୍ବୋଧିତ କରିବେ । ଏଥିରେ ବିଭିନ୍ନ କ୍ଷେତ୍ରରୁ ପ୍ରାୟ ଶତାଧିକ ନିବେଶକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
Comments are closed.