Latest Odisha News

BREAKING NEWS

ଦୁବାଇରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’:ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବିଶ୍ବ ନିବେଶକମାନଙ୍କୁ ନବୀନଙ୍କ ଆହ୍ବାନ

ଆବୁଧାବି : ଓଡ଼ିଶାକୁ ଛୁଟିଲା ବିଦେଶୀ ପୁଞ୍ଜିର ସୁଅ । ରାଜ୍ୟରେ ବ୍ୟାପକ ନିବେଶ କରିବେ ଦୁବାଇର ଏକାଧିକ ପ୍ରତିଷ୍ଠିତ କମ୍ପାନୀ । ଦୁବାଇରେ ଚାଲିଥିବା ଇନଭେଷ୍ଟର୍ସଙ୍କ ସମ୍ମିଳନୀରେ କମ୍ପାନୀ ମୁଖିଆମାନେ ଏହି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଟ୍ବିଟ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁବାଇ ନିବେଶକ ସମ୍ମିଳନୀରେ ତବ୍ରିଦ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ୟୁସୁଫ ଅଲ୍ ହମ୍ମାଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତବ୍ରିଦ ଗ୍ରୁପ ଓଡ଼ିଶାରେ ପୁଞ୍ଜି ନିବେଶ ଲାଗି ଆଗ୍ରହୀ । ଭୁବନେଶ୍ବର ଆଇସିଟି କ୍ୟାମ୍ପସରେ ହଜାରେ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି ତାବ୍ରିଡ ଗ୍ରୁପ । ରାଜ୍ୟ ସରକାର ମଧ୍ୟ ପ୍ରକଳ୍ପ ପାଇଁ ସମସ୍ତ ସହଯୋଗ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ସେହିପରି ଏନବିଟିସି ମଧ୍ୟ ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଘୋଷଣା କରିଛି । କୁଏତର ଏମବିଟିସି କମ୍ପାନୀର ପାର୍ଟନର ଓ ପରିଚାଳନା ନିର୍ଦ୍ଦେଶକ କେ ଜି ଆବ୍ରାହାମଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ଅବସରରେ କମ୍ପାନୀ ଏହି ଘୋଷଣା କରିଛି । ୟୁରିଆ ପ୍ଲାଣ୍ଟ ସ୍ଥାପନ ପାଇଁ କମ୍ପାନୀ ୫ ହଜାର କୋଟି ଟଙ୍କା ନିବେଶ କରିବ ।

ଏମିବିଟିସିକୁ ମଧ୍ୟ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଦୁବାଇର ସରାଫ୍‌ ଗ୍ରୁପ ଓଡ଼ିଶାରେ ପୁଞ୍ଜି ଖଟାଇବ । ଲଜିଷ୍ଟିକ୍‌ କ୍ଷେତ୍ରରେ ପୁଞ୍ଜି ଲଗାଇବା ସରାଫ୍‌ ଗ୍ରୁପ୍ ।

ଗତ ୨ ବର୍ଷରେ ଓଡିଶାରେ ବିନିଯୋଗ ହୋଇଛି ୩ ଲକ୍ଷ ୭୫ ହଜାର କୋଟି । କୋଭିଡ ସତ୍ତ୍ୱେ ରାଜ୍ୟର ବିକାଶକୁ ସରକାର ଗୁରୁତ୍ୱ ଦେଇଛନ୍ତି । 

ଦୁବାଇଠାରେ ଅନୁଷ୍ଠିତ ହେଉଥିବା ନିବେଶକ ସମ୍ମିଳନୀକୁ ଫିକି ଓ ୟୁଏଇସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜନ କରାଯାଇଛି । ଏଥିରେ ୟୁଏଇ ଓ ମିନା ଦେଶସମୂହ ( ମଧ୍ୟପୂର୍ବ ଓ ଉତ୍ତର ଆଫ୍ରିକାର ଦେଶ)ର ପ୍ରାୟ ୧୫୦ଟି କମ୍ପାନି ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶାରୁ ଏକ ବଡ଼ ପ୍ରତିନିଧିମଣ୍ଡଳୀ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏଥିରେ ସରକାରୀ ବିଭାଗ ଓ ଶିଳ୍ପଜଗତର ପ୍ରତିନିଧିମାନେ ଅଛନ୍ତି ।

Leave A Reply

Your email address will not be published.