Latest Odisha News

BREAKING NEWS

ଇଂଲଣ୍ଡ ବିପକ୍ଷ ଟେଷ୍ଟରୁ ଓହରିଲେ ରୋହିତ, ବୁମରାହ ହେବେ ଅଧିନାୟକ

ବର୍ମିଂହାମ: ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଗୋଟିଏ ଟେଷ୍ଟ ମ୍ୟାଚରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଓହରି ଯାଇଛନ୍ତି । ଗତ ସପ୍ତାହରେ ରୋହିତଙ୍କୁ କରୋନା ହୋଇଥିବା ଜଣା ପଡିଥିଲା । ଜୁଲାଇ ୧ରୁ ଏହି ଟେଷ୍ଟ ଖେଳାଯିବାକୁ ଥିବାରୁ ରୋହିତଙ୍କ ଯିବା ସମ୍ଭବପର ହୋଇ ନ ଥିଲା । ପୂର୍ବରୁ କେଏଲ ରାହୁଲ ମଧ୍ୟ ଆଘାତ ସମସ୍ୟାରୁ ଓହରି ଯାଇଥିବାରୁ ଯଶପ୍ରୀତ ବୁମରାହ ଅଧିନାୟକ ହେବେ ବୋଲି ବିଭିନ୍ନ ନ୍ୟୁଜ ଏଜେନ୍ସିରେ ଖବର ପ୍ରକାଶ ପାଇଛି । ଯଦି ବୁମରାହ ଅଧିନାୟକ ହୁଅନ୍ତି ତାହାହେଲେ କପିଳ ଦେବଙ୍କ ପରେ ଦ୍ୱିତୀୟ ପେସ ବୋଲର ଭାବେ ଏହି ଦାୟିତ୍ୱ ଗ୍ରହଣ କରିବେ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ସେ ଉପ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ସୂଚନାଯୋଗ୍ୟ, ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜ ଅବସରରେ କୋଭିଡ ୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରୁ ବାକି ଥିବା ଗୋଟିଏ ମ୍ୟାଚ ବାତିଲ କରାଯାଇଥିଲା । ଏବେ ସେହି ବଳକା ମ୍ୟାଚଟି ଖେଳାଯିବ ।

Leave A Reply

Your email address will not be published.