Latest Odisha News

BREAKING NEWS

ଆଇପିଏସ ସ୍ତରରେ ଅଦଳ ବଦଳ; ଜାଣନ୍ତୁ କାହାକୁ କେଉଁ ଦାୟିତ୍ଵ

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ଯଶୱନ୍ତ ଜେଠୱାଙ୍କୁ ଭିଜିଲାନ୍ସର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି। ୧୯୯୪-ବ୍ୟାଚର ଏହି ଆଇପିଏସ୍ ଅଧିକାରୀ ପୂର୍ବରୁ ଆଇନଶୃଙ୍ଖଳା ଏଡିଜି ଥିଲେ।

ଜୁନ୍ ୧୯ରେ କରୋନା ସଂକ୍ରମଣରେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ମୃତ୍ୟୁ ପରେ ଏହି ପଦବୀ ଖାଲି ପଡ଼ିଥିଲା।

ପରିବହନ କମିଶନର ଥିବା ସଞ୍ଜୀବ ପଣ୍ଡାଙ୍କୁ କ୍ରାଇମ ବ୍ରାଞ୍ଚର ନୂତନ ଏଡିଜି ଭାବରେ ନିଯୁକ୍ତ କରାଯାଇଛି। ୧୯୯୪-ବ୍ୟାଚ୍ ର ଏହି ଆଇପିଏସ୍ ଅଧିକାରୀ OSPHWC ର ଅତିରିକ୍ତ ଦାୟିତ୍ୱରେ ରହିବେ।

ଅପରପକ୍ଷରେ ପୂର୍ବତନ ଟ୍ୱିନ୍ ସିଟି କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ଗୃହ ବିଭାଗର OSD ଭାବରେ ଦାୟିତ୍ଵ ଦିଆଯାଇଛି।

ବର୍ତ୍ତମାନ CMD, OSRTC ଏବଂ CRUT ସିଇଓ ଭାବରେ କାର୍ଯ୍ୟରତ ଅରୁଣ ବୋଥ୍ରା ଶ୍ରୀ ପଣ୍ଡାଙ୍କ ସ୍ଥାନ ନେବେ।

ଗୁଇନ୍ଦା ନିର୍ଦ୍ଦେଶକ ଭାବରେ ଲଲିତ ଦାସଙ୍କୁ ନିଯୁକ୍ତ କରାଯାଇଛି। ୧୯୯୨-ବ୍ୟାଚ୍ ଏହି ଆଇପିଏସ୍ ଅଧିକାରୀ ପୋଲିସ (ହେଡ କ୍ୱାର୍ଟର) ଏଡିଜି ଭାବରେ କାର୍ଯ୍ୟରତ।

୧୯୯୫-ବ୍ୟାଚ୍ ଆଇପିଏସ୍ ଅଧିକାରୀ ଆର କେ ଶର୍ମା ଆଇନ ଶୃଙ୍ଖଳା ଏଡିଜି ଭାବରେ ଦାୟିତ୍ଵ ପ୍ରଦାନ କରାଯାଇଛି। ସେହିପରି ୧୯୯୭ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅଶିତ କୁମାର ପାଣିଗ୍ରାହିଙ୍କୁ ଭିଜିଲାନ୍ସ ଆଇଜି ଭାବରେ ନିଯୁକ୍ତ କରାଯାଇଛି।

Leave A Reply

Your email address will not be published.