Latest Odisha News

ରାଜ୍ୟରେ ଶୀତର ଲହରୀ, ପ୍ରବଳ ଥଣ୍ଡା ସହ କୋହଲା ପବନରେ ଥରୁଛି ସାରା ଓଡ଼ିଶା

ଭୁବନେଶ୍ୱର: ରାତି ବଢ଼ିଲେ ପାରଦ ଖସୁଛି । ଶୀତରେ ଥରୁଛି ସାରା ଓଡ଼ିଶା । ହାଡ଼ଭଙ୍ଗା ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି । ସକାଳୁ ସକାଳୁ ବୋହୁଛି କାଲୁଆ ପବନ । ଶୀତ ବସ୍ତ୍ର ପିନ୍ଧିଲେ ମଧ୍ୟ କାମ ଦେଉନାହିଁ । ପ୍ରବଳ ଥଣ୍ଡାରେ ହାତ, ଗୋଡ଼ ଥରୁଛି । ଲଗାତାର କମିବାରେ ଲାଗିଛି ତାପମାତ୍ରା । ଶୀତର ଲହରୀକୁ ଦେଖି ପାଣିପାଗ ବିଭାଗ ସତର୍କ କରାଇଛି ।

ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତର ଲହରି ଜାରି ରହିବ । ଏନେଇ କିଛି କିଛି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଓ ୟେଲୋ ୱାଣ୍ଣିଂ ଜାରି କରାଯାଇଛି । ଅତ୍ୟଧିକ ଶୀତ ଯୋଗୁଁ ଘରୁ ବାହାରି ହେଉନି କିମ୍ବା ଘରେ ବି ରହି ହେଉନି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଜାଗା ଜାଗାରେ ନିଆଁ ଜାଳି ବସୁଥିବା ଦେଖିବାକୁ ମିଳିଛି । ସକାଳ ୯ଟାରୁ ୧୦ଟା ଯାଏଁ କୁହୁଡ଼ି ରହୁଛି । ଯାହାଦ୍ୱାରା ଯିବା ଆସିବାରେ ବାଧାପ୍ରାପ୍ତ ହେଉଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଗତ ୩ରୁ ୪ ଦିନ ହେଲା ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ କରୁଛି । ଲୋକେ ଘରୁ ବାହାରିବା ସମୟରେ ଶୀତବସ୍ତ୍ର ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି । ରାତି ତଥା ପାହାନ୍ତିଆ ସମୟରେ ଯଥା ସମ୍ଭବ ଘରେ ରୁହନ୍ତୁ ।

Comments are closed.