Latest Odisha News

BREAKING NEWS

ସଂକ୍ରମଣ ବଢୁଥିବାରୁ ରାଜ୍ୟରେ ଏସବୁ ପର୍ବପର୍ବାଣୀ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ହେବ ବଢୁଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ମାସ ପରେ ଦୁଇ ଶହ ଟପିଛି । ଲଗାତାର ଦ୍ୱିତୀୟ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ଉପରେ ରହିଛି । ସଂକ୍ରମଣ ବଢୁଥିବାରୁ ବଢ଼ିଲା କଟକଣା । ରାଜ୍ୟରେ ଆଗକୁ ହେବାକୁ ଥିବା ପର୍ବପର୍ବାଣୀ ଉପରେ କଟକଣା ଜାରି ହୋଇଛି । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

ଗୁଡ୍ ଫ୍ରାଇଡେ, ପଣା ସଂକ୍ରାନ୍ତି, ଝାମୁଯାତ୍ରା, ଦଣ୍ଡଯାତ୍ରା ଓ ରାମନବମୀ ଆଦି ଉତ୍ସବ ଓ ପର୍ବପର୍ବାଣୀ ଉପରେ ସରକାର କଟକଣା ଜାରି କରିଛନ୍ତି । ସର୍ବସାଧାରଣ ସ୍ଥାନରେ ଏସବୁ ପର୍ବ ପାଳନକୁ ବାରଣ କରାଯାଇଛି । କୋଭିଡ୍ ନିୟମ ମାନି ସିମୀତ ଲୋକଙ୍କୁ ନେଇ ଧାର୍ମିକସ୍ଥଳୀରେ କେବଳ ନୀତିକାନ୍ତି ହେବ ।

ସର୍ବସାଧାରଣରେ ଏସବୁ ପର୍ବ ପାଳ ଦ୍ୱାରା ଅଧିକ ଜନସମାଗମ ଓ ଗହଳି ହେବ । ଏହାଦ୍ୱାରା ସଂକ୍ରମଣ ବ୍ୟାପିବା ଆଶଙ୍କା ରହୁଛି । ଭିଡ଼ ନିୟନ୍ତ୍ରଣରେ ଅସୁବିଧା ବି ହେବ । ଏହାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ଏନେଇ ସବୁ ଜିଲ୍ଲାପାଳ, ମହାନଦର ନିଗମ କମିଶନରଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି । ନିର୍ଦ୍ଦେଶନାମାର ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି ।

Leave A Reply

Your email address will not be published.