Latest Odisha News

BREAKING NEWS

କେନ୍ଦୁପତ୍ର ଫଡିରେ ବଜ୍ରାଘାତ, ୨ ମୃତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବର୍ଡାକଟା ଅଭାବନୀୟ ଘଟଣା । ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ଜଣେ ଆହତ ହୋଇଛନ୍ତି । କେନ୍ଦୁପତ୍ର ଫଡିରେ ପତ୍ର ବାନ୍ଧୁ ଥିବା ବେଳେ ଘଟିଛି ଏପରି ଅଘଟଣ ।

ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ଖାଇ ସାରି କେନ୍ଦୁପତ୍ର ଫଡିରେ ପତ୍ର ବାନ୍ଧୁଥିବା ବେଳେ ହଠାତ ବଜ୍ରାଘାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁଇ ଜଣଙ୍କୁ ବୀରମହାରାଜପୁର ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ମାନେ ହେଲେ ବହଲପଦର ଗାଁର ତ୍ରିଲୋଚନ ପଧାନ ଓ ଭାଲୁଚୁଆଁ ଗାଁର ବାସନ୍ତୀ ମୁଣ୍ଡା । ସେହିପରି ଆହତ ହୋଇଥିବା ସମାରୁ ମୁଣ୍ଡାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଛି ।

Leave A Reply

Your email address will not be published.