Latest Odisha News

BREAKING NEWS

ଡିସେମ୍ବର ୨୭ରେ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୭ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ । ଏହି ଅବସରରେ ସେ ବଲାଙ୍ଗିରର ବରନିକଣାରେ ନିର୍ମିତ ବିପିଏସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଗତ ୨୦୧୮ ମସିହା ମେ’ ୨୧ରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ଓ ଷ୍ଟିଲ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶିଳାନ୍ୟାସ କରିଥିଲେ । ଏଥିସହିତ ଏହି ପ୍ଲାଣ୍ଟ ନିର୍ଦ୍ଧାରିତ ସମୟଠାରୁ ତଥା ୧୯ ମାସରେ ନିର୍ମାଣ ଶେଷ ହୋଇ ରେକର୍ଡ ସୃଷ୍ଟି କରିଛି । ୨୩ ଏକର ଜମିରେ ପରିମିତ ଏହି ପ୍ଲାଣ୍ଟକୁ ବିପିସିଏଲ୍ ପକ୍ଷରୁ ପ୍ରାୟ ୧୦୩ କୋଟି ଟଙ୍କା ବିନିମୟରେ ନିର୍ମାଣ କରାଯାଇଛି ।

ଏଠାରେ ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଉତ୍ପାଦିତ ହେବାକୁ ଥିବା ବେଳେ ଏହା ବଲାଙ୍ଗିର, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ବରଗଡ, କଳାହାଣ୍ଡି, ସୋନପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, କନ୍ଧମାଳ, ରାୟଗଡା ଓ ନୂଆପଡାକୁ ଯୋଗାଣ କରାଯିବା ନେଇ ଅଧିକାରୀକ ସୁତ୍ରରୁ ପ୍ରକାଶ ।

ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବଲାଙ୍ଗିର ସାଂସଦ ସଙ୍ଗିତା କୁମାରୀ ସିଂହ ଦେଓ, ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.