କଟକ: ଓଡିଆ ଭାଷା ସମେତ ପ୍ରାୟ ୪ଟି ଭାଷାରେ ୩୬ ପ୍ରକାରର ରାଇମସ୍ ଗାଇ ବିଶ୍ବ ରେକର୍ଡ କରିବାର ହକଦାର ହୋଇଛନ୍ତି କଟକର ଜଣେ କୁନି ପୁଅ।
କେ. ସାଇ ପ୍ରତ୍ୟୁଷ ନାମକ ଏହି ଶିଶୁର ବୟସ ୩ ବର୍ଷରୁ କମ୍ ହେବ ବୋଲି ଜଣାପଡିଛି। ସେ ଓଡିଆ, ହିନ୍ଦୀ, ଇଂରାଜୀ ଓ ତେଲୁଗୁ ଭଳି ୪ଟି ଭାଷାରେ ରାଇମସ୍ ଗାଇଥିଲା।
କଟକ ସିଡିଏ ଅଞ୍ଚଳରେ ରହୁଥିବା କେ. ସାଇ କିଶୋର ଓ ଦୀପ୍ତିରେଖା ମହାନ୍ତିଙ୍କ ପୁତ୍ର ହେଉଛନ୍ତି ପ୍ରତ୍ୟୁଷ। ଯିଏକି ୩୬ ପ୍ରକାରର ରାଇମସ୍, ଗାୟତ୍ରୀ ମନ୍ତ୍ର, ଜାତୀୟ ସଙ୍ଗୀତ, ଶ୍ଲୋକ୍ ସମେତ ବିଭିନ୍ନ ରାଜ୍ୟର ନାମ ଏବଂ ରାଜଧାନୀର ନାମ କହି ଏହି ଏକ୍ସକ୍ଲୁସିଭ ଓ୍ବାଲ୍ଡ ବୁକ୍ ଅଫ୍ ରେକର୍ଡ ହାସଲ କରିଥିଲେ।
ସୂଚନା ଅନୁଯାୟୀ ପୁଅର ପ୍ରତିଭା ତଥା ଉତ୍ସାହକୁ ଦେଖି ମାଆ ଦୀପ୍ତିରେଖା ସୋସିଆଲ୍ ମିଡିଆ ଜରିଆରେ ୱାଲ୍ଡ ବୁକ୍ ଅଫ୍ ରେକର୍ଡସ୍ ପାଇଁ ପ୍ରତ୍ୟୁଷଙ୍କ ନାମ ଆବେଦନ କରିଥିଲେ। ଯେଉଁ ପ୍ରତିଯୋଗୀତା ଅନଲାଇନ୍ ଯୋଗେ ହୋଇଥିଲା ବୋଲି ଜଣାପଡିଛି।
Comments are closed.