Latest Odisha News

BREAKING NEWS

ବିବାହ କରିପାରିବେନି ସମ୍ପର୍କୀୟ ଭାଇ ଭଉଣୀ: ହାଇକୋର୍ଟ

ନୂଆଦିଲ୍ଲୀ: ନିଜ ସମ୍ପର୍କୀୟ ଭାଇ ଭଉଣୀ ଅର୍ଥାତ ନିଜ ଦାଦା ବଡ଼ ବାପା, ପିଉସୀ,ମାଉସୀ, ମାମୁଁଙ୍କ ପୁଅ-ଝିଅ ଙ୍କୁ ବିବାହ କରିବା ଏଣିକି ଆଇନଗତ ଅପରାଧ। ଏପରି ବିବାହକୁ ଅବୈଧ ଘୋଷଣା କରିଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ।

ସୂଚନାନୁସାରେ, ଲୁଧିଆନାର ଖାନ୍ନା ସିଟି-୨ ଥାନାର ଏକ ମାମଲରେ ଅଗ୍ରୀମ ଜାମିନ୍‌ ପାଇଁ ଜଣେ ୨୧ ବର୍ଷୀୟ ଯୁବକଙ୍କ ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଏଭଳି ରାୟ ଶୁଣାଇଛନ୍ତି।

ଏହି ଆବେଦନ ଉପରେ ଶୁଣାଣି କରି ଆହୁରି କୋର୍ଟ ଆହୁରି ମଧ୍ୟ କହିଛନ୍ତି, ଫାଷ୍ଟ କଜିନଙ୍କ ସହ ଲିଭ୍‌-ଇନ୍‌-ରିଲେସନସିପ୍‌ରେ ରହିବା ସହ ଯଦି ପରସ୍ପର ବିବାହ କାରିବାକୁ ଦାବି କରନ୍ତି ତେବେ ତାହା ବି ଅବୈଧ।

ଯୁବକ ଯୁବତୀଙ୍କ ବୟସ ୧୮ ବର୍ଷରୁ ଉର୍ଦ୍ଧ୍ବ ହୋଇଥିଲେ ସୁଦ୍ଧା ଏହି ବିବାହ ଆଇନଗତ ଅପରାଧ ବୋଲି ଖଣ୍ଡପୀଠ କହିଛନ୍ତି।

Leave A Reply

Your email address will not be published.