Latest Odisha News

BREAKING NEWS

ଓଡ଼ିଶା ଲଳିତ କଳା ଏକାଡେମୀର ଶ୍ରୀଜଗନ୍ନାଥ ଶୀର୍ଷକ ଚିତ୍ରଶିଳ୍ପୀ ଶିବିର

ଭୁବନେଶ୍ୱର : ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ୨୮ ଜଣ ଚିତ୍ରଶିଳ୍ପୀଙ୍କୁ ନେଇ  ‘ଶ୍ରୀଜଗନ୍ନାଥ’ ଶୀର୍ଷକରେ ଏକ ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ଶିବିର ଆୟୋଜିତ ହୋଇଯାଇଛି ।ଏହି ଶିବିରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶିଳ୍ପୀମାନେ ଅଂଶଗ୍ରହଣ କରିଥିଲେ ।

ଏହି ଶିବିରକୁ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲୀପ ରାଉତରାଏ, କଳିଙ୍ଗ ସମ୍ମିଳନୀ କକ୍ଷ ପାନ୍ଥନିବାସ, ଭୁବନେଶ୍ୱରଠାରେ ଉଦ୍‌ଘାଟନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଉପରେ ପର୍ଯ୍ୟବେଶିତ ଚିତ୍ରକଳାଗୁଡ଼ିକର ମାଧୁର୍ଯ୍ୟ ଭକ୍ତ ଏବଂ କଳାପ୍ରେମୀମାନଙ୍କୁ ଆକୃଷ୍ଟ ଏବଂ ଆତ୍ମନ୍ଦିତ କରିବାରେ ସକ୍ଷମ ହେବ ବୋଲି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଏକାଡେମୀର ସଭାପତି ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ମଧୁସୂଦନ ଦାସ, ସ୍ୱତନ୍ତ୍ର ଶାସନ ସଚିବ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଲଳିତ କଳା ଏକାଡେମୀର କାର୍ଯ୍ୟକାରୀ ସମିତି ସଭ୍ୟ ତଥା ବରିଷ୍ଠ ଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର, ଅକ୍ଷୟ କୁମାର ସାମଲ ଏବଂ ସଭ୍ୟ ଶ୍ୟାମସୁନ୍ଦର ମେହେର ଏତଦ୍‌ବ୍ୟତୀତ ବରିଷ୍ଠ ଚିତ୍ରଶିଳ୍ପୀ ତଥା ଏକାଡେମୀର ପୂର୍ବତନ ସଚିବଗଜେନ୍ଦ୍ର ପ୍ରସାଦ ସାହୁ, ଅନ୍ୟତମ ପୂର୍ବତନ ସଚିବ ପଞ୍ଚାନନ ସାମଲଙ୍କ ସମେତ ବହୁ ଚିତ୍ରଶିଳ୍ପୀ ଯୋଗ ଦେଇଥିଲେ । ଏହି ଉଦ୍‌ଘାଟନୀ ଉତ୍ସବକୁ ଦେବାନନ୍ଦ ବରିହା ପରିଚାଳନା କରିଥିଲେ ।

ଏହି ଶିବିରଟି ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

 

Leave A Reply

Your email address will not be published.