ଭୁବନେଶ୍ୱର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଅଧୀନରେ ମିଳୁଥିବା ଭତ୍ତା ପାଇବା ପାଇଁ ହିତାଧିକାରୀମାନେ ଅନଲାଇନ ଆବେଦନ କରିପାରିବେ । ଯାହାଫଳରେ ସେମାନଙ୍କୁ ଆଉ ପଞ୍ଚାୟତ ଅଫିସ କିମ୍ବା ବ୍ଲକକୁ ଯିବାକୁ ପଡିବ ନାହିଁ ।
ଓଡିଶା ସରକାରଙ୍କ ପକ୍ଷରୁ ଏଭଳି ଏକ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଯାହାଦ୍ୱାରା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଏବଂ ଭିନ୍ନକ୍ଷମ ଭତ୍ତା ପାଉଥିବା ହିତାଧିକାରୀମାନେ ସେମାନଙ୍କ ଭତ୍ତା ପାଇବା ଲାଗି ନିଜେ ଅନଲାଇନରେ ଆବେଦନ କରିପାରିବେ। ଏହି ଆବେଦନକୁ ସମ୍ପୃକ୍ତ ଅଧିକାରୀଙ୍କ ଦ୍ୱାରା ଅନଲାଇନରେ ଅନୁମୋଦନ କରାଯିବ ଏବଂ ହିତାଧିକାରୀ ମଧ୍ୟ ଆବେଦନର ସ୍ଥିତି ସମ୍ବନ୍ଧରେ ଜାଣିପାରିବେ ।
ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ କମିଶନର-କମ-ସଚିବ ଭାସ୍କର ଜ୍ୟୋତି ଶର୍ମା ଏସମ୍ପର୍କରେସମସ୍ତ ଜିଲ୍ଲାପାଳଙ୍କୁ ଏକ ଚିଠିରେ ଜଣାଇଛନ୍ତି।
Comments are closed.