Latest Odisha News

BREAKING NEWS

ଭଦ୍ରକରୁ ଉଦ୍ଧାର ହେଲା ୪୩ କୋବ୍ରା ଛୁଆ

ଭଦ୍ରକ: ଭଦ୍ରକ ଜିଲ୍ଲାର ରଙ୍ଗରାଜପୁର ଅଞ୍ଚଳରେ ଥିବା ଏକ ଘରୁ ଶୁକ୍ରବାର ଦିନ ଗୋଟିଏ ମାଈ କୋବ୍ରା ସହ ୪୩ଟି କୋବ୍ରା ଛୁଆକୁ ଉଦ୍ଧାର କରାଯାଇଛି ।

ରଙ୍ଗରାଜପୁରର ବିଜୟ ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କ ପରିବାର ଗତ ଆଠ ଦିନ ଧରି ଘରେ କିଛି ଶବ୍ଦ ଶୁଣୁଥିବାର ଅଭିଯୋଗ କରିଥିଲେ। ପରେ ସେମାନେ ଏନେଇ ସ୍ନେକ ହେଲ୍ପଲାଇନର ସାହାଯ୍ୟ ଲୋଡିଥିଲେ।

ଏହା ପରେ ମିର୍ଜା ଆରିଫଙ୍କ ନେତୃତ୍ୱରେ ଏକ ସ୍ନେକ ହେଲ୍ପଲାଇନ ଦଳ ୪୩ଟି ଛୁଆ କୋବ୍ରା ସହ ଏକ ବୟସ୍କ କୋବ୍ରାକୁ ଘରୁ ଉଦ୍ଧାର କରିଥିଲେ। ଏହାବ୍ୟତୀତ ଉକ୍ତ ଘରେ ଆଉ ୫୪ଟି ସାପ ଅଣ୍ଡା ମଧ୍ୟ ମିଳିଥିଲା।

 

Leave A Reply

Your email address will not be published.