Latest Odisha News

BREAKING NEWS

ପରକ୍ରିୟା ପ୍ରୀତି ଅଭିଯୋଗରେ ପତ୍ନୀଙ୍କୁ ରାସ୍ତାରେ ବୁଲାଇବା ଘଟଣା, ସ୍ବାମୀ ଗିରଫ

ପୁରୀ: ପୁରୀ ଜିଲ୍ଲାର ନିମାପଡାରେ ପତ୍ନୀ ଓ ଜଣେ ବ୍ୟକ୍ତିଙ୍କୁ ଧରି ରାସ୍ତାରେ ବୁଲାଇବା ଘଟଣାରେ ଜଣେ ବାଣିଜ୍ୟ ଅଧ୍ୟାପକ ଏବଂ ତାଙ୍କ ବନ୍ଧୁଙ୍କୁ ଗିରଫ କରାଯାଇଛି।

BNS ଧାରା ଅଧୀନରେ ଜଣେ ମହିଳାଙ୍କୁ ସାର୍ବଜନୀନ ଭାବେ ଅପମାନ ଏବଂ ଧମକ ଦେବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି। ପୋଲିସ ଅଭିଯୁକ୍ତଙ୍କ ପାଖରୁ ଏକ ହାତୁଡ଼ି, ମାଳା, ମୋବାଇଲ୍ ଫୋନ୍ ଏବଂ ମୋଟରସାଇକେଲ୍ ମଧ୍ୟ ଜବତ କରିଛି।

ପୋଲିସ ଅନୁଯାୟୀ, ପାରିବାରିକ ବିବାଦ ଯୋଗୁଁ ୩୭ ବର୍ଷୀୟ ସ୍କୁଲ୍ ଶିକ୍ଷୟିତ୍ରୀ ତାଙ୍କ ୪୩ ବର୍ଷୀୟ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ। ଯିଏକି ଜଗତସିଂହପୁର ଜିଲ୍ଲାରେ ନିଯୁକ୍ତ ଅଛନ୍ତି। ତେବେ ମହିଳା ଜଣକ ନିମାପଡା ଥାନା ନିକଟସ୍ଥ ତାଙ୍କ ଭଡା ଘରେ ୧୪ ବର୍ଷୀୟ ପୁଅ ସହିତ ରହୁଥିଲା ବେଳେ ଏହି ଘଟଣା ଘଟିଛି।

ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ଜଣେ ଶିକ୍ଷକ ତାଙ୍କୁ ଭେଟିବାକୁ ଆସୁଥିବା ଜାଣିବା ପରେ ସ୍ୱାମୀ ତାଙ୍କ ବନ୍ଧୁଙ୍କ ସହ ହାତୁଡ଼ି ଧରି ତାଙ୍କ ଘରେ ପଶିଯାଇଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ଆପତ୍ତିଜନକ ଅବସ୍ଥାରେ ପାଇଥିବା ଦାବି କରି ଦୁହେଁ ସେମାନଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ। ପରେ ସେମାନଙ୍କୁ ବାହାରକୁ ଟାଣି ନେଇ ରାସ୍ତାରେ ବୁଲାଇଥିଲେ। ଯାହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି।

ଭିଡିଓରେ ଦେଖାଯାଇଥିଲା ଯେ ମହିଳାଙ୍କୁ ତାଙ୍କ ସ୍ୱାମୀ ମାଡ଼ ମାରିବା ସହ ଦୁର୍ବ୍ୟବହାର ମଧ୍ୟ କରୁଥିଲେ। ସେମାନଙ୍କୁ ସହରରେ ପ୍ରାୟ ୩୦୦ ମିଟର ଯାଏଁ ଚାଲିବାକୁ ବାଧ୍ୟ କରାଯାଇଥିଲା ମହିଳାଙ୍କ ବନ୍ଧୁଙ୍କୁ ଅର୍ଦ୍ଧନଗ୍ନ କରି ରାସ୍ତାରେ ଚଲାଇଥିଲେ।

 

Comments are closed.