Latest Odisha News

ଆଜିଠୁ ରାଜ୍ୟରେ କମିବ ଶୀତ, ୩ ତାରିଖରୁ ବର୍ଷା

ଭୁବନେଶ୍ୱର: ଜାଡ଼ରୁ ମିଳିବ ଆଶ୍ୱସ୍ତି । ଉପରମୁହାଁ ହେବ ପାରଦ । ଆଜିଠୁ ରାଜ୍ୟରେ କମିବ ଶୀତ । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଙ୍ଗୋପସାଗରରୁ ପ୍ରବାହିତ ଉଷ୍ମ ଜଳୀୟବାଷ୍ପ ପ୍ରଭାବରେ ତାପମାତ୍ରା ବଢ଼ିବ । ରାଜ୍ୟରେ ୩ରୁ ୫ ଡିଗ୍ରୀ ଯାଏ ରାତିର ତାପମାତ୍ରା ବଢ଼ିବ ।

ଶୀତ କମିଲେ ବି ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ିର ପ୍ରଭବ ରହିବ । ତେବେ ୩ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ପଡ଼ିବ ପଶ୍ଚିମା ଝଡ଼ର ପ୍ରଭାବ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ବିଭିନ୍ନ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ବର୍ଷା ହେବ । ୪ ଓ ୫ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି କହିଛି ପାଣିପାଗ ବିଭାଗ ।

Comments are closed.