Latest Odisha News

ଆଜିଠୁ ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ, ନିର୍ମଳାଙ୍କ ବଜେଟ୍ ପେଡି ଉପରେ ନଜର

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ । ଆଜି ପ୍ରଥମ ଦିନରେ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ । ଏଥିସହ ଆଜି  ୨୦୨୧-୨୦୨୨ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ । ଆସନ୍ତାକାଲି ଗୃହରେ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ଚତୁର୍ଥ ଥର ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି ନିର୍ମଳା ସୀତାରମଣ ।

BjdElectrycity

ଚଳିତ ବଜେଟରେ କଣ ସରପ୍ରାଇଜ୍ ଦେବେ ମୋଦି ସରକାର ତାଉପରେ ସମସ୍ତଙ୍କର ନଜର ରହିଛି । କୋଭିଡ୍ ମାଡ଼ରେ ଭୁଶୁଡ଼ି ପଡ଼ିଥିବା ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ସରକାରଙ୍କ ପଦକ୍ଷେପ ବଜେଟରେ ପ୍ରତିଫଳନ ହେବ । ସବୁ କ୍ଷେତ୍ର ଆଶାବାଦୀ ଅଛନ୍ତି । ବଜେଟରେ ବିଶେଷ କରି ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମାଞ୍ଚଳ ବିକାଶ, ଗମନାଗମନ ଓ ଯୋଗାଯୋଗ କ୍ଷେତ୍ରକୁ ସରକାର ଫୋକସ କରିପାରନ୍ତି ।

ସେହିପରି ଚଳିତବର୍ଷ ୫ଟି ରାଜ୍ୟ ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ନିର୍ବାଚନ ହେଉଛି । ଏସବୁ ରାଜ୍ୟର ଭୋଟରଙ୍କୁ ଆକୃଷ୍ଟ କରିବା ଭଳି ବଜେଟରେ କିଛି ଘୋଷଣା କରିବେ କି ସରକାର ତାଉପରେ ବି ରହିଛି ସମସ୍ତଙ୍କର ନଜର ।

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବଜେଟ ଅଧିବେଶନରେ ଲୋକସଭା ଓ ରାଜ୍ୟସଭା ଭିନ୍ନ ଭିନ୍ନ ସମୟରେ ଚାଲିବ । ଫେବ୍ରୁଆରୀ ୨ରୁ ୧୧ ତାରିଖ ମଧ୍ୟରେ ରାଜ୍ୟସଭା ପୂର୍ବାହ୍ନ ୯ଟାରୁ ଅପରାହ୍ନ ୨ଟା ଏବଂ ଲୋକସଭା ଅପରାହ୍ନ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ ।

କରୋନା କଟକଣାରେ ଦୁଇଟି ପର୍ଯ୍ୟାୟରେ ଚଳିତ ବଜେଟ ଅଧିବେଶନ ଚାଲିବ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜାନୁଆରୀ ୩୧ରୁ ଫେବ୍ରୁଆରୀ ୧୧ ତାରିଖ ଯାଏ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୪ରୁ ଅପ୍ରିଲ ୮ ତାରିଖ ଯାଏ ଚାଲିବାକୁ ଧାର୍ଯ୍ୟ କରାଯାଇଛି ।

Comments are closed, but trackbacks and pingbacks are open.