ଝାରସୁଗୁଡ଼ା: ପଶ୍ଚିମବଙ୍ଗ ମୁର୍ଶିଦାବାଦ ଦଙ୍ଗାରେ ଓଡିଶାର ଲିଙ୍କ ଥିବା ଅଭିଯୋଗ । ଦଙ୍ଗାରେ ସମ୍ପୃକ୍ତି ଅଭିଯୋଗରେ ବନହରପାଲି ଥାନା ଅଞ୍ଚଳରୁ ୨ ଅଭିଯୁକ୍ତ ଗିରଫ କରିବା ସହ ଆଉ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ମୁର୍ଶିଦାବାଦରେ ଦଙ୍ଗା ପରେ ଝାରସୁଗୁଡ଼ା ଆସି ଆତ୍ମଗୋପନ କରିଥିଲେ ଅଭିଯୁକ୍ତ ମାନେ ।
ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ବାନି ଇସ୍ରାଏଲ ଏବଂ ସେଫାଉଲ୍ ହକ୍ । ସେମାନଙ୍କ ନିକଟରୁ ପିସ୍ତଲ, ଗୁଳି ଏବଂ ଖୋକା ଜବତ କରିଛି ପୋଲିସ । ବନହରପାଲି ପୋଲିସ ସହାୟତାରେ ଗିରଫ କଲା ପଶ୍ଚିମବଙ୍ଗ ଏସଟିଏଫ୍ । ଏନେଇ ସୂଚନା ଦେଲେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ।
ତେବେ ବାହାରୁ ଆସିଥିବା ଅପରାଧୀଙ୍କୁ ଏଠାରେ ଲୁଚିବାକୁ ଦିଆଯିବନାହିଁ । ଅପରାଧୀଙ୍କୁ ଯିଏ ଆଶ୍ରୟ ଦେଇଥିବ ତା’ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଉତ୍ତରାଞ୍ଚଳ ଆଇଜି ।
Comments are closed.