Latest Odisha News

ଫିଲ୍ମ ‘ସ୍ତ୍ରୀ ୨’ ଏବଂ ‘ପୁଷ୍ପା ୨’ ପରେ ୬୦୦ କୋଟି କ୍ଲବରେ ସାମିଲ ହେଲା ‘ଛାଭା’

ମୁମ୍ବାଇ: ‘ଛାଭା’ ପ୍ରଥମେ ୧୪ ଫେବୃଆରୀ ୨୦୨୫ରେ ଦେଶର ସମସ୍ତ ସିନେମା ହଲ୍ ରେ ରିଲିଜ ରିଲିଜ ହୋଇଥିଲା, ଏହାପରେ ୧୧ ଏପ୍ରିଲରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହୋଇସାରିଛି । ଏଥିରେ, ଭିକି କୌଶଲ ଏବଂ ରଶ୍ମିକା ମନ୍ଦାନାଙ୍କ ଉତ୍କୃଷ୍ଟ ଅଭିନୟକୁ ଦର୍ଶକ ବହୁତ ପ୍ରଶଂସା କରିଥିଲେ । ଏହି ଫିଲ୍ମ ଏବେ ବି ଥିଏଟରରେ ଚାଲିଛି । ଫିଲ୍ମଟି ଏହାର ତେଲୁଗୁ-ଡବ୍ ସଂସ୍କରଣ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଥିଲା ​​ଏବଂ ହିନ୍ଦୀ ବକ୍ସ ଅଫିସ୍ କଲେକ୍ସନରେ ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲା ।

ଏହି ପିରିୟଡ୍ ଡ୍ରାମା ପ୍ରଥମ ନନ୍-ସିକ୍ୱଲ୍ ହିନ୍ଦୀ ଫିଲ୍ମ ହୋଇଛି ଯାହା ୬୦୦ କୋଟି କ୍ଲବରେ ସାମିଲ ହୋଇଛି । ରାଜକୁମାର ରାଓ-ଶ୍ରଦ୍ଧା କପୁରଙ୍କ ‘ସ୍ତ୍ରୀ ୨’ ଏବଂ ଅଲୁ ଅର୍ଜୁନଙ୍କ ‘ପୁଷ୍ପା ୨’ (ହିନ୍ଦୀ) ପରେ ବିକି କୌଶଲଙ୍କ ‘ଛାଭା’ ଭାରତରେ ତୃତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇପାରିଛି ।

ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଅନୁଯାୟୀ, ‘ସ୍ତ୍ରୀ ୨’ ଏବଂ ‘ପୁଷ୍ପା ୨’ (ହିନ୍ଦୀ) ପରେ, ଭିକି କୌଶଲଙ୍କ ‘ଛାଭା’ ଭାରତରେ ୬୦୦ କୋଟି ଟଙ୍କା ରୋଜଗାର କରିବାରେ ତୃତୀୟ ଫିଲ୍ମ ପାଲଟିଛି । ତେବେ ‘ଛାଭା’ ଭିକି କୌଶଲ ଏବଂ ଅକ୍ଷୟ ଖାନାଙ୍କ କ୍ୟାରିଅରରେ ସର୍ବାଧିକ ଆୟ କରିଥିବା ଫିଲ୍ମ ପାଲଟିଛି ।

‘ଛାଭା’ରେ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନୀ ଏବଂ ତାଙ୍କ ସାହସିକତାକୁ ସୁନ୍ଦର ଭାବରେ ଚିତ୍ରଣ କରାଯାଇଛି । ଏହି ଐତିହାସିକ ଆକ୍ସନ୍ ଫିଲ୍ମଟି ମରାଠା ସାମ୍ରାଜ୍ୟର ଦ୍ୱିତୀୟ ରାଜା ସମ୍ଭାଜୀ ମହାରାଜଙ୍କ ଉପରେ ଆଧାରିତ, ଯାହାଙ୍କ ଭୂମିକାରେ ବିକି କୌଶଲ ଅଭିନୟ କରିଛନ୍ତି । ଶିବାଜୀ ସାୱନ୍ତଙ୍କ ମରାଠୀ ଉପନ୍ୟାସ ‘ଛାଭା’ ଉପରେ ଆଧାରିତ, ଏହା ଲକ୍ଷ୍ମଣ ଉତେକରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ମାଡକ୍ ଫିଲ୍ମସ୍ ଅଧୀନରେ ଦିନେଶ ବିଜାନଙ୍କ ଦ୍ୱାରା ପ୍ରଯୋଜିତ । ଏହି ଚଳଚ୍ଚିତ୍ରରେ ଅକ୍ଷୟ ଖାନ୍ନା ଔରଙ୍ଗଜେବ ଏବଂ ରଶ୍ମିକା ମନ୍ଦାନାଙ୍କୁ ୟସୁବାଇ ଭୋଁସଲେ (ଛତ୍ରପତି ସମ୍ୱାଜୀ ମହାରାଜଙ୍କ ପତ୍ନୀ) ଭାବରେ ଅଭିନୟ କରିଥିଲେ । ଏଥିରେ ଆଶୁତୋଷ ରାଣା, ବିନୀତ କୁମାର ସିଂହ, ଦିବ୍ୟା ଦତ୍ତା, ପ୍ରଦୀପ ସିଂହ ରାୱତ, ଡାଏନା ପେଣ୍ଟିଙ୍କ ଭଳି ଷ୍ଟାରମାନେ ମଧ୍ୟ ଅଭିନୟ କରିଛନ୍ତି ।

Comments are closed.