Latest Odisha News

BREAKING NEWS

ଓଡିଶା ଲକ୍‌-ଡାଉନ୍ ; ଏଣିକି ପୋଷ୍ଟ ଅଫିସ୍‌ରୁ ଟଙ୍କା ଉଠାଇପାରିବେ ବ୍ୟାଙ୍କ ଆକାଉଣ୍ଟଧାରୀ !

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରା ଦେଶରେ ଲାଗୁ ହୋଇଛି ଲକ୍‌-ଡାଉନ୍ ନିର୍ଦ୍ଦେଶ । ଏପରି ସ୍ଥିତିରେ ଓଡିଶା ପୋଷ୍ଟାଲ ସର୍କଲ୍ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ପୋଷ୍ଟ ଅଫିସରୁ କିମ୍ବା ଏଟିଏମରୁ ଟଙ୍କା ଉଠାଣ କରିବା ପାଇଁ ବ୍ୟବସ୍ଥା କରିଛି ।

ଏକ ପ୍ରେସ୍ କନଫେରେନ୍ସରେ ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ୍ ସୁଭାଷ ଚନ୍ଦ୍ର ବର୍ମା କହିଥିଲେ ଯେ ଆଧାର ଲିଙ୍କ ଥିବା ସମସ୍ତ ବ୍ୟାଙ୍କ ଆକାଉଣ୍ଟରୁ ଲୋକେ ଟଙ୍କା ଉଠାଇପାରିବେ ।

ସେ ଏପରି ବି କହିଥିଲେ ଯେ ଗତ ସପ୍ତାହରେ ୭ହଜାରରୁ ଅଧିକ ଟ୍ରାନ୍ସାକ୍ସନ୍‌ରେ ଲୋକେ ୨.୪୫ କୋଟି ଟଙ୍କା ପୋଷ୍ଟାଲ୍  ଏଟିଏମ୍‌ରୁ ଉଠାଇଥିଲେ । ସେହିଭଳି ଆଧାର ଏନେବଲ୍ଡ ପେମେଣ୍ଟ ସିଷ୍ଟମ ଜରିଆରେ ପ୍ରାୟ ୫ ହଜାର ଆକାଉଣ୍ଟରୁ ୩.୪୫ କୋଟି ଟଙ୍କାର ଉଠାଣ ହୋଇଥିଲା ।

ଟଙ୍କା ଉଠାଣ ସେବା ସହ ଗରିବ ଲୋକଙ୍କୁ ମନି ଅର୍ଡର୍‌, ମାସ୍କ, ଗ୍ଲୋଭ୍‌ସ ଓ ସାନିଟାଇଜର୍ ଭଳି ପିପିଇ ଡେଲିଭରୀ କରିବା ସହ ଖାଦ୍ୟ ପହଂଚାଇବା ଭଳି ଗୁରୁଦାୟୀତ୍ୱ ବହନ କରିଥିଲା ।

ସାଧାରଣ ଲୋକଙ୍କୁ ଯେପରି କିଛି ଅସୁବିଧା ନ ହୁଏ, ସେଥିଲାଗି ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ପୋଷ୍ଟ ଅଫିସ ଅଧିକାରୀଙ୍କ ସହ ଆଲୋଚନା କରି ଏହି ସମସ୍ତ ସୁବିଧା ଉପଲବ୍‌ଧ କରାଇବା ପାଇଁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.