Latest Odisha News

BREAKING NEWS

ଉଦଘାଟନୀ ମ୍ୟାଚ୍ ହାରିବା ପରେ ଏମିତି କହିଲେ ରୋହିତ ଶର୍ମା…

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (IPL)ରେ ନବମ ଥର ପାଇଁ ପ୍ରଥମ ମ୍ୟାଚରେ ପରାଜୟ ବରଣ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ହାରକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା କହିଛନ୍ତି ଆମେ ନିରାଶ ନୁହଁ । କାରଣ ‘ଚାମ୍ପିଅନସିପ୍ ଜିତିବା ମହତ୍ତ୍ୱପୂର୍ଣ୍ଣ, ମ୍ୟାଚ୍ ନୁହେଁ ।’

ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ଠାରୁ ୨ ୱିକେଟରେ ଆଇପିଏଲ୍ ଉଦଘାଟନୀ ମ୍ୟାଚରେ ହାରିବା ପରେ ରୋହିତ କହିଛନ୍ତି ‘ଚାମ୍ପିଅନସିପ୍ ଜିତିବା ମହତ୍ତ୍ୱପୂର୍ଣ୍ଣ, ମ୍ୟାଚ୍ ନୁହେଁ । ମ୍ୟାଚରେ ବହୁତ ଭଲ ଲଢ଼େଇ ହୋଇଥିଲା । ଆମେ ଆରସିବିକୁ ସହଜରେ ଜିତିବାକୁ ଦେଇନାହୁଁ । ତେବେ ଆମେ ଆମ ଦଳୀୟ ସ୍କୋରକୁ ନେଇ ଖୁସି ନଥିଲୁ । ଆମେ ୨୦ ରନ୍ କମ୍ କରିଥିଲୁ ।’

ମୁମ୍ବାଇ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୫୯ ରନ୍ କରିଥିଲା । ହର୍ଷଲ ପଟେଲ୍ ୨୭ ରନ୍ ଦେଇ ୫ ୱିକେଟ୍ ନେଇ ବଡ଼ ସ୍କୋରରୁ ରୋକିଥିଲେ । ଏବି ଡିବିଲିୟର୍ସଙ୍କ ୪୮ ରନ୍ ସହାୟତାରେ ଆରସିବି ୧୬୦ ରନ୍ କରି ୨ ୱିକେଟରେ ମ୍ୟାଚ୍ ଜିତି ନେଇଥିଲା ।

ରୋହିତ କହିଛନ୍ତି- ‘ଆମେ କିଛି ଭୁଲ୍ କରିଦେଲୁ, ଏମିତି ହୁଏ । ସେ ସବୁକୁ ଭୁଲି ଆମକୁ ଆଗକୁ ବଢ଼ିବାକୁ ପଡ଼ିବ । ପିଚ୍ ବ୍ୟାଟ୍ସମ୍ୟାନଙ୍କୁ ସୁହାଉ ନାହିଁ । ଆମକୁ ଆଗାମୀ କିଛି ମ୍ୟାଚରେ ଏହା ଉପରେ ଭାବିବାକୁ ପଡ଼ିବ ।’

Leave A Reply

Your email address will not be published.