Latest Odisha News

BREAKING NEWS

ସାତକୋଶିଆରେ ବିରଳ ପ୍ରଜାତି ହାତୀର ମୃତ୍ୟୁ

ଭୁବନେଶ୍ୱର : ସାତକୋଶିଆ ଅଭୟାରଣ୍ୟ ନିକଟରୁ ସୋମବାର ଦିନ ଏକ ହାତୀର ମୃତଦେହ ଉଦ୍ଧାର ହୋଇଛି ।

ମୃତ ହାତୀଟି ବିରଳ ମାଖାନା (ଦାନ୍ତ ନଥିବା ଅଣ୍ଡିରା) ହାତୀ ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ଏହି ହାତୀଟି ଅନେକ ଦିନ ହେଲା ଅସୁସ୍ଥ ରହିବା ସହ ବିଶେଷ ଚଲାବୁଲା କରି ପାରୁ ନଥିଲା । ଆଜି ସକାଳୁ ଜୁକୁବ ନାଳ ନିକଟରେ ଏହାର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ପରେ ଏନେଇ ସ୍ଥାନୀୟ ବାସିନ୍ଦା ବନ ବିଭାଗକୁ ଖବର ଦେଇଥିଲେ । ସୂଚନା ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି ।

ତେବେ “ହାତୀଟି ଅନେକ ଦିନରୁ ଅସୁସ୍ଥ ଥିବା ସତ୍ୱେ ବନ ବିଭାଗ ତା’ର ଚିକିତ୍ସା ନିମନ୍ତେ ଦୃଢ ପଦକ୍ଷେପ ଗ୍ରହଣ କରିନଥିଲା । ସାତକୋଶିଆରେ ଥିବା ଏହି ହାତୀଟି ଚିକିତ୍ସା ଅବହେଳାରୁ ମୃତ୍ୟୁବରଣ କରିଛି । ଠିକ୍ ସମୟରେ ତଥା ଉପଯୁକ୍ତ ଚିକିତ୍ସା କରାଯାଇଥିଲେ ହାତୀଟି ଏବେ ଜୀବିତ ଥାଆନ୍ତା” ବୋଲି ସ୍ଥାନୀୟ ବାସିନ୍ଦା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କହିଛନ୍ତି ।

ଓଡିଶାରେ ଏଭଳି ବିରଳ ପ୍ରଜାତିର ଦୁଇଟି ମାଖାନା ହାତୀ ଥିବା ଜଣାଯାଇଛି ।

 

Leave A Reply

Your email address will not be published.