ଭୁବନେଶ୍ୱର: ଶିଳ୍ପାୟନ ନାଁରେ ବେଧଡକ ଚାଲିଛି ଗଛ କଟା । ବହୁ ମୂଲ୍ୟବାନ ଗଛ କାଟି ଜଙ୍ଗଲ ସଫା କରି ଦିଆଯାଉଛି । ଶିଳ୍ପର ବିକାଶ ପାଇଁ ଗଲା ୧୦ ବର୍ଷ ମଧ୍ୟରେ ରାଜ୍ୟରେ ସଫା ହୋଇଛି ୫୯୯ ହେକ୍ଟର ଜଙ୍ଗଲ । ଏନେଇ ଆଜି ଗୃହରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ପ୍ରଶ୍ନ ଉଠାଇଛନ୍ତି । ସରକାର ଜଙ୍ଗଲ ସୃଷ୍ଟି କରିବା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ ।
ଏହାର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା ଡେରାଡୁନା ଦ୍ୱାରା ଜଙ୍ଗଲିଆ ଅଂଚଳରେ ସର୍ବେକ୍ଷଣ କରାଯାଇ ପ୍ରତ୍ୟେକ ଦୁଇ ବର୍ଷରେ ଥରେ ଥରେ ତଥ୍ୟ ପ୍ରଦାନ କରାଯାଉଛି । ୨୦୧୧ର ସର୍ବେକ୍ଷଣ ଅନୁସାରେ ରାଜ୍ୟରେ ୫୮,୧୩୬ ବର୍ଗ କିଲୋମିଟର ଜଙ୍ଗଲ ଜମି ଥିଲା । ୨୦୧୦ରୁ ୨୦୧୯ ମଧ୍ୟରେ ରାଜ୍ୟରେ ଶିଳ୍ପ ତଥା ଆନୁସଙ୍ଗିକ ଅନୁଷ୍ଠାନ ପାଇଁ ଦଶଟି ଜିଲ୍ଲାରେ ୫୯୯.୭୪୬ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି । ସମ୍ବଲପୁର, ଅନୁଗୋଳ, ସୁନ୍ଦରଗଡ, ଜଗତସିଂହପୁର, କଟକ, ଢ଼େଙ୍କାନାଳ, ଖୋର୍ଦ୍ଧା, ବରଗଡ ଓ କେନ୍ଦୁଝର ଜିଲ୍ଲାରେ ଶିଳ୍ପର ବିକାଶ ପାଇଁ ଜଙ୍ଗଲ ଜମି ନଷ୍ଟ ହୋଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ।
BREAKING NEWS
- ବିଶ୍ୱ ସଙ୍କଟ ମଧ୍ୟରେ ରେପୋ ହାର ଅପରିବର୍ତ୍ତିତ
- Iran US ଯୁଦ୍ଧବିରତି ଉପରେ ଆସିଲା ନେତାନ୍ୟାହୁଙ୍କ ପ୍ରଥମ ବୟାନ, କହିଲେ, ‘ନିଜ ସର୍ତ୍ତ ସହିତ…’
- ୭ ଦିନିଆ ରିମାଣ୍ଡରେ ଯିବ କୁଖ୍ୟାତ ଅପରାଧୀ ରାଜା ସାହାଣୀ
- ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍
- ATSର ବଡ଼ କାର୍ଯ୍ୟାନୁଷ୍ଠାନ, ମହିଳା ସମେତ ୫ ସନ୍ଦିଗ୍ଧ ପାକିସ୍ତାନୀ ଗୁପ୍ତଚର ଗିରଫ
- ସାରା ରାଜ୍ୟରେ ଝଡବର୍ଷା ଆଲର୍ଟ, ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
- ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ୍ କମିଟି ବୈଠକ ଶେଷ, ନିଆଗଲା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
- ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ନେଇ ଟ୍ରମ୍ପଙ୍କ ଘୋଷଣା
- ଓଡ଼ିଶା ରାଜ୍ୟ ଆଇନ ଆୟୋଗଙ୍କ ବାର୍ଷିକ ରିପୋର୍ଟ ଓ ନୂତନ ୱେବ୍ସାଇଟ୍ ଉନ୍ମୋଚିତ
- ଲସ୍କର-ଏ-ତୈବାର ଏକ ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲ୍ର ପର୍ଦ୍ଦାଫାସ୍, ୫ ଗିରଫ
Comments are closed.