Latest Odisha News

BREAKING NEWS

ଜାତୀୟ ଜୁନିୟର ବାଳିକା ଫୁଟବଲ: ବିଜୟ ସହ ଅଭିଯାନ ଆରମ୍ଭ କଲା ଓଡିଶା

ଭୁବନେଶ୍ୱର: ଜାତୀୟ ଜୁନିୟର ବାଳିକା ଫୁଟବଲରେ ଗୁରୁବାର ଓଡିଶା ବିଜୟ ସହ ତାର ଅଭିଯାନ ଆରମ୍ଭ କରିଛି । ସିଏଫଏ ୟୁନିଟ ୩ ପଡିଆରେ ଅନୁଷ୍ଠିତ ମୁକାବିଲାରେ ଓଡିଶା ଚମତ୍କାର ପ୍ରଦର୍ଶନ କରି ୧-୦ ଗୋଲରେ କେରଳକୁ ପରାସ୍ତ କରିଛି । ଏହି ମ୍ୟାଚଟି ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିବା ପରେ ଉଭୟ ଟିମ ଦ୍ୱିତୀୟାର୍ଦ୍ଧରେ ଅଗ୍ରଣୀ ପାଇଁ ଉଦ୍ୟମ କରିଥିଲେ । ନିର୍ଦ୍ଧାରିତ ସମୟ ଶେଷ ହେବା ଠିକ ପୂର୍ବରୁ ପ୍ରିୟାଷା ସରକାର ୯୩ତମ ମିନିଟରେ ବିଜୟ ସୂଚକ ଗୋଲଟି ସ୍କୋର କରିଥିଲେ ।

ଗ୍ରୁପ ପର୍ଯ୍ୟାୟରେ ଶକ୍ତିଶାଳୀ କେରଳକୁ ହରାଇ ଓଡିଶା ନକଆଉଟ ପ୍ରବେଶ ଆଶା ଉଜ୍ଜୀବୀତ କରିଛି । ଓଡିଶା ସେପ୍ଟମ୍ବର ୨୩ରେ ଅରୁଣାଚଳ ପ୍ରଦେଶକୁ ଓ ୨୫ରେ ଗୁଜରାଟକୁ ଭେଟିବ । ସମ୍ପୂର୍ଣ୍ଣ ମ୍ୟାଚରେ ଓଡିଶା ଟିମ ଶୃଙ୍ଖଳିତ ପ୍ରଦର୍ଶନ କରି କେରଳକୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ ।

Leave A Reply

Your email address will not be published.