Latest Odisha News

BREAKING NEWS

ଓଡିଶା ଲକ୍‌-ଡାଉନ୍‌; ବସ୍ତିରେ ବୁଲିଲେ ଗାନ୍ଧୀ ବେଶରେ, ବାଣ୍ଟିଲେ ମାସ୍କ ଓ ସାନିଟାଇଜର !

ଭୁବନେଶ୍ୱର: ସାରା ଦେଶରେ ଆତଙ୍କ ଖେଳାଇଛି କରୋନାଭାଇରସ୍ । ଦେଶବାସୀ କୋକୁଆ ଭୟରେ ଥିବାବେଳେ ଭୁବନେଶ୍ୱରରେ ଜଣେ ବ୍ୟକ୍ତି ମହାତ୍ମା ଗାନ୍ଧୀଙ୍କ ବେଶରେ ବୁଲିବୁଲି ମାସ୍କ ଓ ସାନିଟାଇଜର ବାଣ୍ଟିଥିଲେ ।

ନ୍ୟୁଜ ଏଜେନ୍ସି ANIର ରିପୋର୍ଟ ଅନୁଯାୟୀ ମହାତ୍ମା ଗାନ୍ଧୀଙ୍କ ବେଶରେ ସେହି ବ୍ୟକ୍ତି ଜଣକ ରାଜଧାନୀର ଏମ୍ସ ନିକଟସ୍ଥ ବସ୍ତିଗୁଡିକରେ ବୁଲିବୁଲି ମାସ୍କ ଓ ସାନିଟାଇଜର ବଣ୍ଟନ କରିବାରେ ନଜର ଆସିଥିଲେ ।

ରାଜ୍ୟରେ କରୋନାମହାମାରୀ ଦିନକୁଦିନ ଭିନ୍ନ ରୂପ ନେଉଥିବାବେଳେ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ଘରୁ ବିନା ମାସ୍କରେ ବାହାରିଥିବା ଲୋକ ପୋଲିସ ହାତରେ ଧରାପଡିଲେ ପ୍ରଥମ ତିନିଥର ପାଇଁ ୨୦୦ ଟଙ୍କା ଓ ତିନି ଥର ପରେ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ ।

ସେହିଭଳି ରାଜ୍ୟରେ ସାନିଟାଇଜରକୁ ନେଇ ଦେଖାଦେଇଥିବା କୃତ୍ରିମ ଅଭାବକୁ ସରକାର ଦୂର କରିବା ପାଇଁ ଅବିରତ ଚେଷ୍ଟା ଚଳାଇଛନ୍ତି ।

Comments are closed.