Latest Odisha News

BREAKING NEWS

ନାବାଳିକାକୁ ୨ ଥର ଦୁଷ୍କର୍ମ କରିବା ଅଭିଯୋଗରେ ୧୦ ବର୍ଷ କାରାଦଣ୍ଡ

ଫୁଲବାଣୀ : ଫୁଲବାଣୀରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ମଙ୍ଗଳବାର ଦିନ ସ୍ୱତନ୍ତ୍ର ପୋସ୍କା କୋର୍ଟ ଅଭିଯୁକ୍ତଙକ୍ୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମାଣିକେଶ୍ୱରୀ ଅଞ୍ଚଳର ଶ୍ରୀବସ୍ତ ଦିଗଲ୍ ୨୦୧୩ ମସିହା ନଭେମ୍ବର ମାସରେ ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ଭିଆଇଥିଲା ।

ଏନେଇ ଝିଅର ବାପା ୨୦୧୪ ମସିହା ନଭେମ୍ବର ୧୮ ତାରିଖରେ ରାଇକିଆ ଥାନାରେ ଏକ ମାମଲା ରୁଜୁ କରିଥିଲେ ।  ପରବର୍ତ୍ତୀ ସମୟରେ ଦାଏର ଏତଲାକୁ ଆଧାର କରି ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଥିଲା ।

ତେବେ କୋର୍ଟ ପିଡିତା, ପୋଲିସ ଓ ପାଖାପାଖି ୧୧ ଜଣ ସାଖୀଙ୍କ ବୟାନକୁ ଆଧାର କରି ଏହି ରାୟ ଶୁଣାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.