Latest Odisha News

BREAKING NEWS

କଂଗ୍ରେସରେ ସାମିଲ ହେଲେ ପୂର୍ବତନ ଢେଙ୍କାନାଳ ବିଧାୟକ ନବୀନ ନନ୍ଦ

ଭୁବନେଶ୍ୱର : ଢେଙ୍କାନାଳର ପୂବର୍ତନ ବିଧାୟକ ନବୀନ ନନ୍ଦ୍ର ବୁଧବାର ଦିନ ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି ।

ଏହି ପୂର୍ବତନ ବିଜେଡି ନେତା କଂଗ୍ରେସ ଭବନରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି ।

ଏହି ଅବସରରେ ଓପିସିସି ସଭାପତି ନିରଞ୍ଜନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଶ୍ରୀଯୁକ୍ତ ନନ୍ଦଙ୍କ କଂଗ୍ରେସରେ ଯୋଗଦାନ ଦଳୀୟ ସଙ୍ଗଠନକୁ ଢେଙ୍କାନାଳରେ ଆହୁରି ଅଧିକ ସୁଦୃଢ କରିବ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଜୁଲାଇ ମାସରେ କୋଲକାତାର ପାର୍କ ଷ୍ଟ୍ରିଟ୍ ଅଞ୍ଚଳର ଏକ ସ୍ପା ସେଣ୍ଟରରୁ ନବୀନ ନନ୍ଦଙ୍କୁ କୋଲକାତା ପୋଲିସ ଗିରଫ କରିବା ପରେ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା ।

ପରବର୍ତ୍ତୀ ସମୟରେ ଏହି ପୂର୍ବତନ ବିଧାୟକଙ୍କୁ ଜାମିନ ମିଳିଥିଲା । ଆହୁରି ମଧ୍ୟ କେହି ଦୁବୃର୍ତ୍ତ ତାଙ୍କ ପକେଟ୍ ମାର କରିଥିଲା । ଏପରିକି ତାଙ୍କ ଫୋନ୍ ଓ ପର୍ସ ଆଦି ସବୁ ଚୋରି ହୋଇଯାଇଥିଲା ବୋଲି ସେ ସମୟରେ ଶ୍ରୀଯୁକ୍ତ ନନ୍ଦ ପ୍ରକାଶ କରିଥିଲେ । ଏହାବ୍ୟତିତ ଉକ୍ତ ସ୍ପା ସେଣ୍ଟରରେ ପୋଲିସର ଚଢାଉ ବେଳେ ସେ ସେଠାରେ ଅଜାଣତରେ ପ୍ରବେଶ କରିଥିଲେ ବୋଲି କହିଥିଲେ ।

Comments are closed.