Latest Odisha News

BREAKING NEWS

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ମ୍ୟାଚରେ ବେଟିଂ କରି ଓଡିଆ ଯୁବକ ଅଟକ

ବାଲେଶ୍ୱର: ବେଙ୍ଗାଲୁରୁରେ ଶନିବାର ଦିନ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ଦିନିକିଆ ମ୍ୟାଚରେ ବେଟିଂ ଲଗାଇବା ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସହରର ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି ।

ପ୍ରାପ୍ତ ସୂଚନାନୁଯାୟୀ ପୋଲିସ ଜଳେଶ୍ୱର ସ୍ଥିତ ଗ୍ୟାରେଜ୍ ବଜାରରେ ଚଢାଉ କରିବା ସହ ଶେଖ ଅମିରୁଦ୍ଦିନକୁ ଗିରଫ କରିଥିଲା । ପରେ ତାଙ୍କ ନିକଟରୁ ନଗଦ ୧.୩୦ ଲକ୍ଷ ଟଙ୍କା ସହିତ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରାଯାଇଥିଲା ।

ଏହି ବେଟିଂକୁ ଅନଲାଇନ୍ ମାଧ୍ୟମରେ ପରିଚାଳିତ କରାଯାଉଥିଲା ଏବଂ ଅଭିଯୁକ୍ତଙ୍କ ଫୋନ୍ ପେ ଆକାଉଣ୍ଟରେ ଅର୍ଥରାଶି ଜମା କରାଯାଉଥିଲା । ଏହାବ୍ୟତିତ ଏହି ର‌୍ୟାକେଟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ଖୋଳତାଡ ଆରମ୍ଭ ହୋଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.