Latest Odisha News

କୃଷକ ଲୁକ୍‌ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ; ପ୍ରଶଂସା କଲେ ଉପ-ରାଷ୍ଟ୍ରପତି

ଚେନ୍ନାଇ: କୃଷକ ଗେଟ୍‌ଅପ୍‌ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ । ହାତରେ ଦା ଓ ଧାନ ଗଛ ଧରି ଚାଷ ଜମିରେ ଠିଆ ହୋଇଛନ୍ତି ମୁଖ୍ୟମନ୍ତ୍ରୀ କେ.ପଲାନିସ୍ୱାମୀ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ରବିବାର କେ.ପଲାନିସ୍ୱାମୀଙ୍କ ଏହି ଫଟୋକୁ ଟ୍ୱିଟ୍ କରିଛନ୍ତି । ଏଥିସହ ସେ ପଲାନିସ୍ୱାମୀଙ୍କୁ ଭୁରିଭୁରି ପ୍ରଶଂସା ମଧ୍ୟ କରିଛନ୍ତି ।

ଉପରାଷ୍ଟ୍ରପତି କହିଛନ୍ତି ଯେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଚାଷ ଜମିରେ ଜଣେ କୃଷକ ଭାବେ କାମ କରୁଛନ୍ତି । ମୁଖ୍ୟମନ୍ତ୍ରୀ ହେଲେ ବି ସିଏ ନିଜର ପରମ୍ପରାକୁ ଭୁଲି ନାହାନ୍ତି । ଏହା ଦେଖି ମୋତେ ଅତ୍ୟନ୍ତ ଖୁସି ଲାଗୁଛି । ଏହି ଫଟୋରୁ ଲୋକେ ପ୍ରେରଣା ଲାଭ କରିବେ । କୃଷିକୁ ଲାଭଦାୟକ କରାଯିବା ଦିଗରେ କାମ ହେବା ଦରକାର ବୋଲି କହିଛନ୍ତି ଉପରାଷ୍ଟ୍ରପତି ।

ଉପରାଷ୍ଟ୍ରପତିଙ୍କ ଟ୍ୱିଟ୍‌ର ଜବାବ ଦେଇ ପଲାନିସ୍ୱାମୀ କହିଛନ୍ତି, ମୁଁ ଭାରତର ମହାମହିମ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଶବ୍ଦ ପାଇଁ ଧନ୍ୟବାଦ ଜଣାଉଛି । କୃଷିର ବିକାଶ ଓ ଦଳିତଙ୍କ ଉତ୍‌ଥାନ ଏବଂ ଅଧିକ ଧ୍ୟାନ କେନ୍ଦ୍ରିତ ପାଇଁ ପ୍ରତିଶୃତି ଦେଉଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.