Latest Odisha News

BREAKING NEWS

ପରୀକ୍ଷାକୁ ବିରୋଧ; ରାସ୍ତାକୁ ଓହ୍ଲାଇଲେ ବିଜେବି ସମେତ ବିଭିନ୍ନ କଲେଜ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଯୁକ୍ତ୨ ପ୍ରଥମ ବର୍ଷ ପରୀକ୍ଷାକୁ ବିରୋଧ କରି ତେଜୁଛି ନିଆଁ । ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏବେ ଏକାଠି ହୋଇ ରାସ୍ତାକୁ ଓହ୍ଲାଇଛନ୍ତି । କଲେଜ ଆଗରେ ବିକ୍ଷୋଭ ପ୍ରଦଶର୍ନ କରିବା ସହ ଟାୟର ଜାଳି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

ରାଜଧାନୀ କଲେଜ ଆଗରେ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ରାସ୍ତା ଉପରେ ବସି ରାସ୍ତାରୋକ କରିଛନ୍ତି । ସେହିପରି ଏକାମ୍ର କଲେଜରେ ଛାତ୍ରଛାତ୍ରୀମାନେ ଟାୟର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେହିପରି ବିଜେବି କଲେଜ ଆଗରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଫଳରେ ରାସ୍ତା ଉପରେ ଟ୍ରାଫ୍ଖଳ ସମସ୍ୟା ସୃଷ୍ଟି ହୋଇଛି । ରାସ୍ତାର ଉଭୟ ପାଶ୍ୱର୍ରୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଚଳତ ବର୍ଷ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି । ପ୍ରଥମ ବର୍ଷ ପରୀକ୍ଷା ପାସ୍ ନକଲେ ଏଣିକି ଆଉ ଦ୍ୱିତୀୟ ବର୍ଷକୁ ଛାତ୍ରଛାତ୍ରୀମାନେ ଯାଇପାରିବେ ନାହିଁ । ଏହା ପରେ ରାଜ୍ୟର ଅନେକ କଲେଜରେ ଏହାକୁ ନେଇ ବିବାଦ ଦେଖାଦେଇଛି । ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କ ଏହି ନିଷ୍ପତିକୁ ତୀବ୍ର ବିରୋଧ କରିଛନ୍ତି । ଅନେକ କଲେଜରେ ଏଯାଏଁ ପାଠ୍ୟକ୍ରମ ସରି ନଥବାରୁ ଏତେ ଶୀଘ୍ର କିଭଳି ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ବୋଲି ରାଜ୍ୟ ସରକାରଙ୍କୁ ପିଲାମାନେ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.