Latest Odisha News

ବାଲେଶ୍ୱରରୁ ମିଳିଲା ବିରଳ ପ୍ରଜାତି ମାଛ

ଭୋଗରାଇ: ବାଲେଶ୍ୱର ଜିଲ୍ଲା କୁସୁଟି ଗ୍ରାମ ନିକଟ ଏକ ଧାନ କ୍ଷେତରୁ ରବିବାର ଦିନ ଏକ ବିରଳ ପ୍ରଜାତିର ମାଛକୁ ଉଦ୍ଧାର କରାଯାଇଛି । ଏହି ମାଛଟିର ଦାମ୍ ପ୍ରାୟ ୨ ଲକ୍ଷ ଟଙ୍କା ହେବାନେଇ ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ଚିତ୍ତରଞ୍ଜନ ଭଞ୍ଜ ନାମକ ଜଣେ ବ୍ୟକ୍ତି ଏହି ଦୁର୍ଲଭ ପ୍ରଜାତି ମାଛଟିକୁ ଧରିଛନ୍ତି । ଯାହାର ଓଜନ ପାଖାପାଖି ଦେଢ ଫୁଟ ହୋଇଥିବା ବେଳେ ତା’ର ଦେହରେ କଳା-ଧଳା ରଙ୍ଗର ଦାଗ ରହିଛି । ଏପରିକି ମାଛଟିର ମୁଣ୍ଡ ସମ୍ପୂର୍ଣ୍ଣ ଫ୍ଲାଟ୍ ପରି ରହିଥିବା ଦେଖିବାକୁ ମିଳିଛି ।

ପରବର୍ତ୍ତୀ ସମୟରେ ଗ୍ରାମବାସୀ ଏନେଇ ମତ୍ସ୍ୟ ଅଧିକାରୀମାନଙ୍କୁ ସୂଚନା ଦେଇଛନ୍ତି।

ସ୍ଥାନୀୟ ସୁବର୍ଣ୍ଣରେଖା କିମ୍ବା ଚିତେଇ ନଦୀରୁ ଏହି ମାଛଟି ଧାନକ୍ଷେତକୁ ପଳାଇ ଆସିଥିବା ନେଇ ଗ୍ରାମବାସୀମାନେ ଅନୁମାନ କରିଛନ୍ତି ।

Leave A Reply

Your email address will not be published.