Latest Odisha News

BREAKING NEWS

‘ନ୍ୟାସନାଲ ମୋବିଲିଟି ମିଟ୍’ରେ ‘ମୋ ବସ’କୁ ମିଳିଛି ଉଚ୍ଚ ପ୍ରଶଂସା

ଭୁବନେଶ୍ୱର: କ୍ୟାପିଟାଲ ରିଜିଅନ ଉର୍ବାନ ଟ୍ରାନ୍ସପୋର୍ଟ(ସିଆରୟୁଟି) ଦ୍ୱାରା ପରିଚାଳିତ ‘ମୋ ବସ୍‌’ ସେବାକୁ ରବିବାର ଦିନ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌଠାରେ ଉଚ୍ଚ ପ୍ରଶଂସାରେ ପ୍ରଶଂସିତ କରାଯାଇଛି । ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ତରଫରୁ ଆୟୋଜିତ ୧୨ତମ ଅର୍ବାନ ମୋବିଲିଟି ଇଣ୍ଡିଆ କନଫରେନ୍ସ କମ ଏକସ୍‌ପୋ-୨୦୧୯ କାର୍ଯ୍ୟକ୍ରମରେ ‘ମୋ-ବସ’କୁ ଏହି ଏହି ପ୍ରଶଂସା ମିଳିଛି।

ଏହି ଅବସରରେ ବ୍ରିହାନମୁମ୍ବାଇ ଇଲେକ୍ଟ୍ରିକ୍ ସପ୍ଲାଏ ଆଣ୍ଡ ଟ୍ରାନ୍ସପୋର୍ଟ (ବେଷ୍ଟ)ର ଜେନେରାଲ ମ୍ୟାନେଜର ସୁରେନ୍ଦ୍ର କୁମାର ବେଜ କହିଛନ୍ତି ‘ମୋ-ବସ’ ମଡେଲକୁ ଅନ୍ୟ ରାଜ୍ୟ ଗୁଡିକ ମଧ୍ୟ ଆରମ୍ଭ କରିବା ଦରକାର ।

ଆହୁରି ମଧ୍ୟ ସେ କହିଛନ୍ତି ଯେ ଅନ୍ୟ ରାଜ୍ୟର ଟ୍ରାନ୍ସପୋର୍ଟ ସଂସ୍ଥା ଗୁଡିକୁ ଭୁବନେଶ୍ୱରର ‘ସିଆରୟୁଟି’ ଠାରୁ ଅନେକ କିଛି ଶୁଖିବାର ଅଛି । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିବା ଓଡିଶା ଗତ ମେ ମାସରେ ଫୋନି ଭଳି ଏକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ସାମ୍ନା କରିବା ସତ୍ତ୍ୱେ ମଧ୍ୟ ମାତ୍ର ୫ ମାସରେ ୧ ଲକ୍ଷରୁ ଉର୍ଦ୍ଧ ଯାତ୍ରୀଙ୍କୁ ‘ମୋ-ବସ’ରେ ଯାତ୍ରା କରାଇବା ନିଶ୍ଚିତ ରୂପେ ପ୍ରଶଂସାର କଥା ବୋଲି ସେ କହିଛନ୍ତି ।

‘ସିଆରୟୁଟି’ର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ଅରୁଣ ବୋର୍ଥରାଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ମୋ-ବସର ସଫଳ କାହାଣୀ ଉପରେ ପ୍ରେଜେନଟେସନ ଦବା ପାଇଁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଥିଲା ।

ଏହି ଅବସରରେ ଯୋଗ ଦେଇ ବୋର୍ଥରା କହିଛନ୍ତି ଯେ, ଉନ୍ନତି ପଥରେ ଓଡିଶାକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ବପକୁ ଏହା ଏକ ପାଦ ଆଗକୁ ନେଇ ଯାଇଛି । ଯାତ୍ରୀମାନେ କମ ସମୟରେ ଓ ଠିକ ମୂଲ୍ୟରେ ଅତ୍ୟାଧୁନିକ ସୁବିଧା ପାଇ ପାରୁଛନ୍ତି। ମୋ ବସ୍‌ରେ ଥିବା ଡିଜିଟାଲ ବ୍ୟବସ୍ଥା ଓ ସୂଚନା ଯାତ୍ରୀମାନଙ୍କୁ ଅଧିକ ଖୁସି ଯୋଗାଉଛି। ଆପ୍‌ ମାଧ୍ୟମରେ ବସ ଚଳାଚଳ ସଂପର୍କୀତ ସୂଚନା ମଧ୍ୟ ମିଳି ପାରୁଛି। ଏହି ମୋ ବସ୍‌ ଯେଜନା ଆଜି ଏକ ଲୋକପ୍ରିୟ ବସ ସେବା ବ୍ୟବସ୍ଥା ହୋଇପାରିଛି। ଏବେ ପାଖାପାଖି ୨୦୦ ବସ୍‌ ସେବା ଯୋଗାଉ ଥିବାବେଳେ ଆଗାମୀ ଦିନରେ ଏହି ସେବା ଆହୁରି ଅଧିକ ହେବ ବୋଲି ଆଶା ସେ କହିଛନ୍ତି ।

ସୂଚନାଯୋଗ୍ୟ ଗତବର୍ଷ ୨୦୧୮ ନଭେମ୍ବର ୬ ତାରିଖରେ ‘ମୋ ବସ୍‌’ ସେବା ଆରମ୍ଭ ହୋଇଥିଲା। ଉଦ୍‌ଘାଟନୀ ଅବସରରେ ପ୍ରଥମ ‘ମୋ ବସ’ ଭୁବନେଶ୍ୱରରୁ କଟକ ଗଡ଼ିଥିଲା। ପୁରୁଷ ହକି ବିଶ୍ୱକପ୍‌ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ମୋ- ବସ ସେବାକୁ ଚଳିତ ମାସ ୬ ତାରିଖରେ ଏକ ବର୍ଷ ପୂରଣ ହୋଇଛି। ଏହା ମଧ୍ୟରେ ମୋ ବସ ସେବା ଦେଶ ପାଇଁ ଉଦାହରଣ ପାଲଟିଛି।

Leave A Reply

Your email address will not be published.